ରାସ୍ତା ପାଲଟିଛି ମରଣ ଜନ୍ତା
ଗଞ୍ଜାମ : ଖାଲଖମା ଭରା ରାସ୍ତା ରେ ଜମି ରହୁଛି ନାଳ ନର୍ଦମା ପାଣି l ଲୋକେ ଯାତାୟତ ରେ ଭୋଗୁଛନ୍ତି ନାହିଁ ନଥିବା ସମସ୍ୟା l ଏହାସହିତ ରାସ୍ତା ରେ ସବୁ ଦିନେ ଏହିଭଳି ପାଣି ଜମି ରହିବା କାରଣରୁ ବିଭନ୍ନ ସମୟରେ ରୋଗା ଗ୍ରସ୍ତ ହେଉଛନ୍ତି ଲୋକେ l ଏହି ଭଳି ସମସ୍ୟା 5 ବର୍ଷରୁ ଉର୍ଦ୍ଧ ସମୟ ଧରି ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଢାଆମ୍ବ ଗ୍ରାମ ମୁସଲିମ ସାହି ବାସିନ୍ଦା l ଗ୍ରାମର ମୁସଲିମ ସାହି ରୁ ହରିଜନ ସାହିକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ଆଖପାଖ ଚାରୋଟି ସାହିର ବାସିନ୍ଦା ନିର୍ଭର କରୁଥିବା ବେଳେ ସମସ୍ୟାର ସମାଧାନ ଲାଗି ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ ପରେ ବି ରାଜନେତା କିମ୍ବା ପ୍ରଶାସନ ଅଧିକାରୀ କେହି ଶୁଣୁ ନଥିବା ହୋଇଛି ଅଭିଯୋଗ l
ଲାଇଟ କିଣା ନାମରେ ପଞ୍ଚାୟତ ର ସରପଞ୍ଚ ନିଜ ନାମରେ ନିଜେ ବିଲ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଥିବା ବେଳେ ସାଧାରଣ ଲୋକଙ୍କ ରାସ୍ତା ସମସ୍ୟା କଥା କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ l ଯଦି ଯଥାଶୀଘ୍ର ଏହି ରାସ୍ତା ସମସ୍ୟାର ସମାଧାନ ନକରାଯାଏ ତେବେ ଆଗାମୀ ଦିନରେ ରାଜରାସ୍ତା ରେ ଏହାର ପ୍ରତିବାଦ କରାଯିବା ନେଇ କହିଛି ଛାତ୍ର କଂଗ୍ରେସ l
ଅନ୍ୟପଟେ ଏହି ସମସ୍ୟା ନେଇ ଅବଗତ ଅଛୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି କବିସୂର୍ଯ୍ୟନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ lସରକାର ପଞ୍ଚାୟତ ଲୋକଙ୍କ ଉତ୍ତମ ଗମନା ଗମନ ଲାଗି ବିଭିନ୍ନ ଯୋଜନାରେ ମାଧ୍ୟମରେ ପକା ରାସ୍ତା ନିର୍ମାଣ କରୁଥିବା ବେଳେ ଏହି ପଞ୍ଚାୟତ ଲୋକେ ଭୋଗୁଥିବା ରାସ୍ତା ସମସ୍ୟାର ସମାଧାନ କେବେ କରାଯାଉଛି ତାକୁ ହିଁ ଅପେକ୍ଷା l