ସ୍ୱନାମଧନ୍ୟ ଏଣ୍ଡୋକ୍ରୋ୍ନୋଲୋଜିଷ୍ଟ ଡାଃ ସୁନୀଲ କୁମାର କୋଟା ଙ୍କ ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲା ଗ୍ରନ୍ଥାଳୟରେ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦେଲେ ବହୁମୂଲ୍ୟ ପରାମର୍ଶ

Share:

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

ସୁବର୍ଣ୍ଣପୁର :ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ଜିଲ୍ଲାପାଳ ଙ୍କ ଉପଦେଶ l

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଆଜି ଓଡିଶା ର ପ୍ରଖ୍ୟାତ ଏଣ୍ଡୋକ୍ରୋ୍ନୋଲୋଜିଷ୍ଟ ଡଃ ସୁନୀଲ କୁମାର କୋଟା ଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଏବଂ ଜିଲ୍ଲା ଗ୍ରନ୍ଥାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜୀବନ ଚର୍ୟI ଉପରେ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନୀଲ ନରୱଣେ ସଭାପତିତ୍ୱ କରି ସମସ୍ତଙ୍କୁ ଉପଯୁକ୍ତ ସନ୍ତୁଳିତ ଆହାର ନେବା ସହିତ ପ୍ରତିଦିନ ବ୍ୟାୟାମ, ଯୋଗ,ପ୍ରାଣାୟାମ କରିବା ପାଇଁ ଉପଦେଶ ଦେଇଥିଲେ l ଡଃ କୋଟା ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଲାଇଫ ଷ୍ଟାଇଲ ଡିଜିଜ ଯଥା -ବ୍ଲଡ୍ ପ୍ରେସର, ମଧୁମେହ ଏବଂ ଥ୍ୟାରୋଏଡ଼ ଇତ୍ୟାଦି ରୋଗରୁ କିଭଳି ରକ୍ଷା ପାଇହେବ ତା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ I

ଡାକ୍ତର ଙ୍କ ସହ ଆସିଥିବା ସହକର୍ମୀ ମାନେ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ବ୍ଲଡ୍ ପ୍ରେସର୍, ସୁଗାର ଓ ଥ୍ୟାରୋଏଡ଼ ଟେଷ୍ଟ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ , ପିଡି ଡିଆରଡିଏ ଡ଼ୋଲାମଣୀ ପଟେଲ୍, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ I
ସେହିପରି ଜିଲ୍ଲା ଗ୍ରନ୍ଥାଳୟରେ ପାଠକ ପାଠିକା ମାନଙ୍କୁ ନେଇ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା l ଯୁବବର୍ଗ କିଭଳି ଭାବେ ଉଭୟ ଶାରୀରିକ ଓ ମାନସିକ ଚାପକୁ ପରାହତ କରି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହୋଇ ପାରିବେ ସେ ବିଷୟରେ ଡଃ କୋଟା ପ୍ରାଞ୍ଜଳ ଭାବେ ବୁଝାଇଥିଲେ I ଏହା ସହିତ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ l ଡେପୁଟି କଲେକ୍ଟର ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା ଗ୍ରନ୍ଥାଳୟର ଲାଇବ୍ରେରୀଆନ ବିଦ୍ୟାପତି ପଣ୍ଡା ,କର୍ମଚାରୀ ବିନୋଦ କିଶୋର ଦାନୀ, ସୁଦେ ସୁନା ପ୍ରମୁଖ ସହଯୋଗ କରିଥିଲେ l ଯୁବ ପାଠକ ମାନଙ୍କ ପାଇଁ ଏହି ପରାମର୍ଶ ବୈଠକ ବହୁତ ଉପଯୋଗୀ ହୋଇଥିଲା l


Share: