ମାଆ ପୁଅ ହଟାଅ ଆସିକା ନିର୍ବାଚନ ମଣ୍ଡଳୀ ବଞ୍ଚାଅ, ଆସିକାରେ ଗଠିତ ହେଲା ବିଧାୟିକା ବିରୋଧୀ ମଞ୍ଚ

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ବିଜେଡିରେ ବିସ୍ପରଣ l ବିଧାୟିକା ଓ ତାଙ୍କ ପୁଅ ଚଳାଇଥିବା ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଗଠନ ହେଲା ବିଧାୟିକା ବିରୋଧୀ ମଞ୍ଚ l ମାଆ ପୁଅ ହଟାଅ ଆସିକା ନିର୍ବାଚନ ମଣ୍ଡଳୀ ବଞ୍ଚାଅ ନାରାଦେଇ ଆଜି ଆସିକା ନିର୍ବାଚନ ମଣ୍ଡଳୀ ର କେସେରାପଲ୍ଲୀ ମାଳତୀ ପୀଠ ଠାରେ ଟୁଟୁ ମଲ୍ଲିକ ଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ରୁ ବହୁ ସଂଖ୍ୟାରେ ଜନସାଧାରଣ ଏକତ୍ରିତ ହୋଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଆସିକା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ହେରେକୃଷ୍ଣ ମଲ୍ଲିକ, ଉପାଧ୍ୟାକ୍ଷା ଙ୍କ ସମେତ ଅନେକ ପଞ୍ଚାୟତ ର ପୂର୍ବତନ ଓ ବର୍ତ୍ତମାନ ର ସରପଞ୍ଚ, ସମିତିସଭ୍ୟ ଏବଂ ଆଗଧାଡିର ନେତା ଉପସ୍ଥିତ ରହିବା ସହିତ ଭ୍ରଷ୍ଟାଚାର ଓ ଦୁର୍ନୀତି ଗ୍ରସ୍ତ ବିଧାୟିକା ଙ୍କୁ ହଟାଇ ଆଗାମୀ 2024 ସାଧାରଣ ନିର୍ବାଚନ ରେ ସ୍ଵଛ ଭାବମୂର୍ତ୍ତି ସମ୍ପର୍ଣ୍ଣ ପ୍ରାର୍ଥୀ କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆସିକା ରୁ ପ୍ରତିନିଧିତ୍ୱ କରିବାକୁ ଦାବି କରିଥିଲେ ମଞ୍ଚାସିନ ଅତିଥି


Share: