ନବ ବଧୁ କୁ ମାରି ଘରେ ଦଉଡି ରେ ଝୁଲାଇ ଦେଇଥିବା ର ଅଭିଯୋଗ କଲେ ବଧୁ ର ମା ରମା ବେହେରା।

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

      ଗଞ୍ଜାମ :ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରାଇପୁର ପଞ୍ଚାୟତ ର ଗୋବିନ୍ଦ ପୁର ଗ୍ରାମ ର କେଶବ ବେହେରା ଙ୍କ ପୁଅ ଟୁଟୁ ବେହେରା ଙ୍କୁ ରମ୍ଭା ଥାନା ଅନ୍ତର୍ଗତ ବଡ଼ ରାମପଲ୍ଲୀ ଗ୍ରାମ ର ରଙ୍କ ବେହେରା ଙ୍କ ଝିଅ ରୋଜି ବେହେରା ଙ୍କ ସହ ବୈଦିକ ରୀତି ରେ ଗତ ଦେଢ଼ ବର୍ଷ ତଳେ ବିବାହ ସମ୍ପର୍ଣ୍ଣ ହୋଇଥିଲା।ତେବେ ବିବାହ ପର ଠାରୁ ଘରେ ପ୍ରାୟ ପାଟିତୁଣ୍ଡ ହୋଇଆସୁଥିଲା ଏବଂ ଗତକାଲି ସଖାଳେ ବି କୁଆଡେ ଘରେ ପାଟିତୁଣ୍ଡ ହୋଇଥିଲା।ତେବେ ଝିଅ ର ମା ରମା ବେହେରା ଙ୍କ ଥାନାରେ ଦେଇଥିବା ଏତଲା ରୁ ଜଣାପଡିଛି ଯେ ଗତ 30/6/22 ତାରିଖ ରେ ରାତ୍ର ପ୍ରାୟ 12 ଘଣ୍ଟା ସମୟ ରେ ଜ୍ବାଇଁ ଟୁଟୁ ବେହେରା ତାର ବାପା କେଶବ ବେହେରା ଓ ମା କନ୍ଧୁଣି ବେହେରା ତିନିଜଣ ମିଶି ମୋର ଝିଅ ରୋଜି ବେହେରା କୁ ଜୀବନ ରେ ମାରି  ଘର ଭିତରେ ଦଉଡି ରେ ବାନ୍ଧି ଝୁଲାଇ ଦେଇଥିବା ର ଖବର ପାଇ ଗୋବିନ୍ଦ ପୁର ଆସି ମୋର ମୃତ ଝିଅ ରୋଜି କୁ ଦେଖି ଥାନା ରେ ଏତଲା ଦାୟର କରିଛନ୍ତି।ପୋଲିସ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଙ୍କ ନିର୍ଦ୍ଧେଶ ରେ 366/22 ପ୍ରକାରେ ଏକ କେଶ କରାଯାଇ ଏହାର ତଦନ୍ତ କରି ଶବକୁ ଜବତ କରି ବ୍ୟ ବଛେଦ ପାଇଁ ପଠାଇଛନ୍ତି।ଏବଂ ମୃତକ ଙ୍କ ସ୍ୱାମୀ ଟୁଟୁ କୁ ଥାନାରେ ରଖି ପୋଲିସ ତଦନ୍ତ ଚଳାଇଛି |ଏହା ପୂର୍ବରୁ ବି ସାନ ବୋହୁ ପାଇଁ କଂଧୁଣି ଓକେଶବ ଏବଂ ସାନପୁଅ ମିଟୁ ନାମରେ ପୁରୁଷୋତ୍ତମପୁର ଥାନାରେ ସାନ ବୋହୂର ବାପା କେଶ ଦେଇଥିଲେ |ପରେ ତାରସମାଧାନହୋଇଥିଲା | ସମସ୍ତ ଙ୍କ ପାଖରେ ଭଲ ବୋହୂଟି କୁ ସମସ୍ତେ ମିଶି ମାରିଦେଇଥିବାର ଗୋବିନ୍ଦ ପୁର ଗ୍ରାମରେ ଚର୍ଚ୍ଚା ହେଉଛି |ତେବେ ପୋଷ୍ଟ ମଟମ ରିପୋର୍ଟ ଆସିବା ପୂର୍ବରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି | ଥାନାରେ ଥିବା ଉପଖଣ୍ଡ ସ୍ତରୀୟ ଅଧିକାରୀ ସୂର୍ଯମଣୀ ପ୍ରଧାନ ଓ ଆଇ ଆଇସି ପ୍ରିୟସ ରଞ୍ଜନ ଛୋଟ ରାୟ ଙ୍କ ଯୋଗୁଁ ସବୁ ଅପରାଧୀଙ୍କୁ ସାବଡ଼ କରିଛନ୍ତି |


Share: