ରାୟଗଡ ବନ ଖଣ୍ଡ ସ୍ତରୀୟ ଅନୁକମ୍ପା ଆପ ତାଲିମ୍ ଶିବିର

Share:

ରାୟଗଡା ରୁ ଅମୁଲ୍ୟ ନିଶାଙ୍କ ଙ୍କ ରିପୋର୍ଟ ।

ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ହାତୀଖମ୍ବା ନିକଟରେ ଥିବା କେନ୍ଦ୍ରୀୟ ଚାରା ଉଦ୍ୟାନ ପରିସରରେ ବନବିଭାଗ ତରଫରୁ ଉପଖଣ୍ଡ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିଏଫଓ ବିଜୟ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସିଏଫ ନିତ୍ୟାନନ୍ଦ ନାୟକ, ପ୍ରଭାକର ସେନାପତି ଓ ଅଶୋକ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଶିବିରରେ ପ୍ରାକୃତିକ ବିପର୍ଯ୍ୟୟ ସମୟ ସହ ପ୍ରାୟ ବହୁ ସମୟରେ ବନ୍ୟା ଜୀବଜନ୍ତୁଙ୍କ ଦୌରାତ୍ମ ଦ୍ୱାରା କ୍ଷତିଗ୍ରସ୍ତଙ୍କୁ କିଭଳି ଭାବେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରାଯାଏ ସେ ନେଇ ତାଲିମ ଶିବିରରେ ଉପସ୍ଥିତ ବନବିଭାଗର ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏଥିରେ ଟ୍ରେନର ଭାବେ ସିରିଗୁଡ଼ା ଫରେଷ୍ଟର ବରଖାରାଣୀ ପାତ୍ର ଏବଂ ବିଷମକଟକ ଫରେଷ୍ଟର ଡମ୍ବୁରୁଧର ସେନାପତି ତାଲିମ ପ୍ରଦାନ କରିଥିବା ବେଳେ ଅନୁକମ୍ପା ଆପର କାର୍ଯ୍ୟକାରୀ ଓ ବ୍ୟବହାର ସମ୍ପର୍କରେ ଅବଗତ କରାଯାଇଥିଲା ଏବଂ ଯେଉଁମାନେ ଭଲଭାବେ ନିଜ କାର୍ଯ୍ୟ ସମ୍ପାଦନ କରିବେ ତାହେଲେ ବିଭାଗ ତରଫରୁ ପୁରସ୍କୃତ କରାଯିବ ବୋଲି କୁହାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଫରେଷ୍ଟର ଭଗବାନ ସାରକା, ନରେନ୍ଦ୍ର କୁମାର ଗମାଙ୍ଗ, ରମେଶ ପରଜା, ସବିତା ଗମାଙ୍ଗ ଓ ସୁରେଶ ମିଶ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ଉକ୍ତ ତାଲିମ ଶିବିରରେ ଜିଲ୍ଲାର ରାୟଗଡା ବନଖଣ୍ଡରୁ ବନପାଳ ମାନେ ଯୋଗ ଦେଇଥିଲେ।
ରାୟଗଡା ରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ।


Share: