ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାୟଗଡ ସମ୍ମlନିତ

Share:

ଅମୁଲ୍ୟ ନିଶାଙ୍କ ରିପୋର୍ଟ

ରାୟଗଡା :ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ଜିଲ୍ଲାପାଳ “
ରାୟଗଡ:-ତା ୨୯/୦୪/୨୨- ସାମାଜିକ ସୁରକ୍ଷା କ୍ଷେତ୍ରରେ ରାୟଗଡ ଜିଲ୍ଲାର ଉଲ୍ଲେଖନୀୟ କାର୍ଯ୍ୟ ହାସଲ କରିଥିବାରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଠାରୁ ଜିଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପୁରସ୍କାର ଗ୍ରହଣ କରିଛନ୍ତି l ରାୟଗଡ ଜିଲ୍ଲାପ୍ରଶାସନ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ଜିଲ୍ଲା ସମlଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟlନ୍ୟ ଅଧିକାରୀ ମାନେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ବିଦ୍ଧବା ଭତ୍ତା, ମଧୁବାବୁ ପେନସନ ଯୋଜନା, ଭିନ୍ନକ୍ଷମ ଭତ୍ତା ଓ ସଶକ୍ତିକରଣ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବାରୁ ମାପଦଣ୍ଡକୁ ଆଧାରକରି ଇଣ୍ଡିଆ ଟୁଡେ ଗ୍ରୁଫ ରାୟଗଡ ଜିଲ୍ଲାକୁ ଚୟନ କରିଥିଲା l ବିଭିନ୍ନ ଉନ୍ନୟନ ମୂଳକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକୁ ବିଭିନ୍ନ ମାପଦଣ୍ଡରେ ବିଚାରକୁ ନେଇ ଦେଶର ରାଜ୍ୟ ମଧରେ ରାଜ୍ୟ ଚୟନ ପୁରସ୍କୃତ କରିବା ଇଣ୍ଡିଆ ଟୁଡେ ମାଗାଯିନ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ l

ପ୍ରତ୍ୟେକ ବର୍ଷ ବିଭିନ୍ନ ରାଜ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରି ଉତ୍ସାହିତ କରିଥାଏ l ଚଳିତ ବର୍ଷ ଓଡ଼ିଶାର କୀଟ(KIIT)ବିଶ୍ୱ ବିଦ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ମୂଖ୍ୟ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ର ,ଇଣ୍ଡିଆ ଟୁଡ଼େ ଗ୍ରୁଫ ଏଡିଟର ରଜ ଚେଙ୍ଗପ୍ପା ଯୋଗଦାନ କରି ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ପୁରସ୍କୃତ କରିଥିଲେ l ରାୟଗଡ ଜିଲ୍ଲା ସମେତ ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ଯଥା ସ୍ୱାସ୍ଥ୍ୟ ଓ ସବୂକ୍ଷେତ୍ର , ଡିଜିଟାଲ କଭରେଜ ପାଇଁ ସମ୍ବଲପୁର ଜିଲ୍ଲା,ଶିକ୍ଷା,ଦକ୍ଷତା ଵୃଦ୍ଧି, ପରିମଳ ଓ ଆର୍ଥିକ କ୍ଷେତ୍ରରେ ଖୁର୍ଦ୍ଧା ଜିଲ୍ଲା,ଭିତ୍ତିଭୂମି ପାଇଁ ଝାରସୁଗୁଡା,କୃଷି ପାଇଁ ବରଗଡ଼,ଆଇନ ଶୃଙ୍ଖଳା ପାଇଁ ଗଞ୍ଜାମ,ନାରୀ ଶିକ୍ଷା ପାଇଁ ଭଦ୍ରକ ଜିଲ୍ଲାକୁ ପୁରସ୍କୃତ କରିଥିଲେ l


Share: