ପୁରୀ କଂଗ୍ରେସ ପକ୍ଷରୁ ଏସ ପି ଅଫିସ ଘେରାଉ
ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ
ଓଡିଶା ପ୍ରଦେଶ କଂଗ୍ରେସ ଡ଼ାକରାରେ ସାରା ଓଡିଶା ର ସମସ୍ତ ଜ଼ିଲ୍ଲାରେ ଥିବା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିବାକୁ ଡାକରା ଦିଆଯାଇଥିବାରୁ ପୁରୀ ଜ଼ିଲ୍ଲା କଂଗ୍ରେସ କମିଟି ର ସମସ୍ତ ଛାମୁଆ ସଂଗଠନ ତଥା ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ସେବାଦଳ ସହ ନଗର କଂଗ୍ରେସ, ସଦର ବ୍ଲକ କଂଗ୍ରେସର ସମସ୍ତ ଛାମୁଆ ନେତା ଓ ସଦସ୍ୟ ଗଣ ପୁରୀ ଟାଉନ-ହଲ ନିକଟରେ ଏକାଠି ହୋଇ ପୁରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ସହ ସହ କଂଗ୍ରେସ କର୍ମୀ ରାଲିରେ ଯାଇଥିଲେ |