କୋଭିଡ ନିୟମ ଅନୁପାଳନ ପାଇଁ ଜନସାଧାରଣଙ୍କୁ ସଚେତନତା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର

Share:

ଢେଙ୍କାନାଳ ରୁ ପପୁ ସାହୁ ଙ୍କ ରିପୋର୍ଟ ।

ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ କାରୋନର ନୂଆ ଭାରିଆଣ୍ଟ ଓମିକ୍ରନ ଭାରତ ଛୁଇଂବା ଓ କାରୋନା ସଂକ୍ରମଣ ବଢିବା ପରେ ତୃତୀୟ ଲହର ଆଶଙ୍କା ବଢୁଥିବାରୁ ଏହାର ମୁକାବିଲା ପାଇଁ ଆଜି ଢେଙ୍କାନାଳ ପୌରାଞ୍ଚଳରେ କୋଭିଡ ନିୟମ ଅନୁପାଳନ କରିବା ସାମାଜିକ ଦୂରତା ବଜାୟ ରଖିବା , ମସ୍କ ବ୍ୟବହାର କରିବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଉଛି । ଆଜି ମଧ୍ୟ ଢେଙ୍କାନାଳ ପୌରାଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ , ପୌର ନିର୍ବାହୀ ଅଧିକାରୀଙ୍କୁ ନେଇ ଗଠିତ ସ୍ମାର୍ଡ ଦଳ ସହରର କୁଞ୍ଜକାନ୍ତ ଅଂଚଳ ଓ ବଜାର ମଧ୍ୟରେ ଥିବା ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକୁ ଯାଞ୍ଚକରି କୋଭିଡ ନିୟମ ଅନୁପାଳନ ପୂର୍ବକ ସାମାଜିକ ଦୂରତା , ମାସ୍କ ପିନ୍ଧିବା ପାଇଁ ସଚେତନ କରାଇଥିଲେ ।


Share: