ବିଜେଡି ଦଳର ତରଫରୁ ପ୍ରତିବାଦ ସଭା

Share:

ନିତ୍ୟ ସୁନ୍ଦର ଜେନା

କେନ୍ଦ୍ରାପଡ଼ା :କେନ୍ଦ୍ରାପଡା ଜିଲ୍ଲା ର ମହାକାଳପଡା ବ୍ଲକ ଅଧୀନରେ ଥିବା ବହୁ ପଞ୍ଚାୟତ ରେ ବିଜେଡି ନେତା ଓ କର୍ମୀ ମାନେ ଏକତ୍ରିତ ହୋଇ କଲେ ପ୍ରତି ବାଦ ସଭା ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ରେ ସାଧାରଣ ଲୋକ ଙ୍କ ୫ କେଜି ଚାଉଳ କାଟିବା ନେଇ କଲେ ପ୍ରତି ବାଦ ବିଜେଡି ନେତା ଓ କର୍ମୀମାନେ ବର୍ଷିଲେ କେନ୍ଦ୍ରସରକାର ଙ୍କ ଉପରେ ବିଜେପି ଦଳ ବିରୁଦ୍ଧରେ ଦେଲେ ବକ୍ତବ୍ୟ କହିଲେ ଗରିବ ଲୋକଙ୍କ ପେଟ ପାଟଣା ର କଥାକୁ ନେଇ! କେନ୍ଦ୍ରସରକାର ଅଧିକ ରାଜସ୍ୱ ନେଉଥିବା ସ୍ଥଳେ କଣ ପାଇଁ ସାଧାରଣ ଲୋକ ଙ୍କ ଚାଉଳ କାଟୁଛି ଆଉ ରାଜ୍ୟସରକାର ସବୁ ବେଳେ ଗରୀବ ଲୋକଙ୍କ ସମସ୍ୟା ଭିତରେ ସବୁ ସମୟରେ ଜଡ଼ିତ ଅଛି ବା ଆଗକୁ ମଧ୍ୟ ରହିବ ଆଗାମୀ ଦିନରେ ପ୍ରତେକ ବ୍ଲକ ସମ୍ମୁଖରେ ମଧ୍ୟ
ପ୍ରତି ବାଦ ସଭା କରାଯିବ ବୋଲି ଚେତାବନୀ ଦେଇଅଛନ୍ତି କିନ୍ତୁ ଏଠି ପ୍ରଶ୍ନ ଉଠୁଛି” ବିଜେପି ବିଜେଡ଼ି ଭିତରେ କଳି ସାଧାରଣ ଲୋକ ପଡିବେନି ତ ବଳି; ଦେଉଳପଡା ପଞ୍ଚାୟତ ଅଫିସ୍ ସମ୍ବୁଖରେ ମଧ୍ୟ ପ୍ରତି ବାଦ ସଭା ର ଆୟୋଜନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବ ତନ ସରପଞ୍ଚ ତଥା ସମାଜ ସେବୀ ଦେବଦତ୍ତ ପରିଡ଼ା ଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ଚାଲିଥିଲା ଏଥିରେ ପୂର୍ବତନ ସଭ୍ୟ ଶଶୀଭୂଷଣ ଦାସ ଓ ସରପଞ୍ଚଙ୍କ ପ୍ରତି ନିଧି ଦିଲ୍ଲିପ କୁମାର ଦାସ ତଥା ସମାଜସେବୀ କଳ୍ପତରୁ ପରିଡ଼ା ବକ୍ତବ୍ୟ ରେ କେନ୍ଦ୍ରର ଗରିବ ଲୋକଙ୍କ ପେଟ କାଟିବା ନୀତି କୁ ଘୋର ନିନ୍ଦା କରିବା ସହିତ ଯୋର୍ ଦାର ପ୍ରତି ବାଦ କରିଥିଲେ ପ୍ରତେକ ଗ୍ରାମର ଛାମୁଆଁ କର୍ମୀମାନେ ଯୋଗ ଦେଇ ସଭାକାର୍ଯ୍ୟ କୁ ଆଗେଇ ନେଇଥିଲେ ।


Share: