କୋଦଳା ଏନଏସି ର ବାଇଗଣିଆ ସାହି ଓ ରେଞ୍ଜର ବଙ୍ଗଳା ଅଙ୍ଗନୱାଡି କେନ୍ଦ୍ର ଠାରେ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା କୋଦଳା ରେ ଥିବା ବାଇଗଣିଆ ସାହି ଓ ରେଞ୍ଜର ବଙ୍ଗଳା ଅଙ୍ଗନୱାଡି କେନ୍ଦ୍ର ରେ ଅଜି ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏଥିରେ ବେଗୁନିଆପଡା ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଉପସ୍ଥିତ ଥିବାବେଳେ 4ଜଣ ସୁପରଭାଇଜର ଙ୍କ ସମେତ 8 ଜଣ ଅଙ୍ଗନୱାଡି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଅପପୃଷ୍ଟି ଦୂରୀକରଣ. ଏଠାରେ ଉପସ୍ଥିତ ଥିବା ଗର୍ଭବତୀ, ପ୍ରସୂତି ମହିଳା ଓ କିଶୋରୀ ବାଳିକା ମାନଙ୍କୁ ବିଭିନ୍ନ ପ୍ରକାର ପୋଷଣ ଯୁକ୍ତ ଖାଦ୍ୟ ଓ ସେଗୁଡିକ ର ଉପକାରିତା ବିଷୟରେ ସିଡିପିଓ ଭଲ ଭାବରେ ବୁଝାଇଥିଲେ. ଉପସ୍ଥିତ କର୍ମୀ ଓ ସହାୟିକା ମାନେ ପ୍ରଦର୍ଶନୀ ନିମନ୍ତେ ବିଭିନ୍ନ ପ୍ରକାର ପୋଷଣ ଯୁକ୍ତ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ଅଣିଥିଲେ. ପରେ ପରେ କିଶୋରୀ ବାଳିକା ମାନେ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଏକ ନୃତ୍ୟ ମଧ୍ୟ ପରିବେଷଣ କରି ସମସ୍ତଙ୍କୁ ସଚେତନ କରିଥିଲେ. ପରିଶେଷରେ ପ୍ରସ୍ତୁତ କରାଯାଇଥିବା ଖାଦ୍ୟ ଗର୍ଭବତୀ, ପ୍ରସୂତି ଓ କିଶୋରୀ ମାନଙ୍କୁ ବିତରଣ କରାଯାଇଥିଲା.


Share: