ପେନସନର୍ସ ସଙ୍ଘ ଅଗଷ୍ଟ ୨୫ରେ ଇପିଏଫ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ନେଇ ପ୍ରସ୍ତୁତି ବୈଠକ
ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ
ଭୁବନେଶ୍ୱର /କଟକ : ଇପିଏସ.୯୫ ଅନ୍ତର୍ଭୁକ୍ତ ପେନସନ ଭୋଗୀମାନଙ୍କୁ ସର୍ବନିମ୍ନ ପେନସନ ୯୦୦୦ଟଙ୍କାକୁ ବୃଦ୍ଧି ସହିତ ଦରଦାମ ବୃଦ୍ଧିର ଭରଣା ଲାଗି ମହଙ୍ଗା ଭତ୍ତା ଦେବା ଏବଂ ସମସ୍ତ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକଙ୍କୁ ସରକାରୀ ସ୍ୱାସ୍ଥ୍ୟ ଯୋଜନାରେ ସାମିଲକରି ନିଶୁକ୍ଳ ଚିକିତ୍ସା ସୁବିଧା ଯୋଗାଇଦେବାରେ କେନ୍ଦ୍ରସରକାରଙ୍କ ଟାଳଟୁଳ ନିତି ବିରୁଦ୍ଧରେ ଅଲ ଓଡିଶା ଇପି ଏଫ ପେନସନର୍ସ ଆସୋସିଏସନ ଡାକରାରେ ଓଡିଶାର ସମସ୍ତ ଇପିଏଫ ଅଫିସ ଭୁବନେଶ୍ୱର, ବ୍ରହ୍ମପୁର, କେନ୍ଦୁଝର, ରାଉରକେଲା ଓ ବାଲେଶ୍ୱର ଠାରେ ଆସନ୍ତା ୨୫/୦୮/୨୦୨୨ଦିନ ୧୧ ରୁ ଦିନ ୧ ଘଣ୍ଟା ପର୍ଯ୍ୟନ୍ତ ଶତାଧିକ ପେନସନଭୋଗିଙ୍କ ଦ୍ୱାରା ଧାରଣାରେ ବସିବାସହ ବିକ୍ଷୋଭ ସଭା ଅନୁଷ୍ଠିତ ହେବ ଏବଂ ଶ୍ରମମନ୍ତ୍ରୀ ମାନ୍ୟବର ଭୂପେନ୍ଦର ଯାଦବଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଆଞ୍ଚଳିକ ଭବିଷ୍ୟନିଧି କମିଶନରଙ୍କ ଜରିଆରେ ପ୍ରଦାନ କରାଯିବ। ଭୁବନେଶ୍ୱରସ୍ଥ ଇପିଏଫ ଅଫିସ ସମ୍ମୁଖରେ ବିକ୍ଷୋଭସଭାକୁ ସଫଳ କରିବାକୁ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ, ଖୋର୍ଦ୍ଧା ଜିଲ୍ଲା କମିଟିର ଏକ ପ୍ରସ୍ତୁତି ସଭା ବୟନିକା କର୍ମଚାରୀ ସଙ୍ଘ କାର୍ଯ୍ୟାଳୟଠାରେ ରାଜ୍ୟକମିଟିର ସଭାପତି ଇଂ ବିଜୟ କୁମାର ଜେନାଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇଯାଇଛି. ଖୋର୍ଦ୍ଧାଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ଦାସ, ସମ୍ପାଦକ ମାୟାଧର ମଲ୍ଲିକ, ଓଡିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ମହାସଚିବ ସରୋଜ କାନ୍ତ ମଲ୍ଲିକ, ଉପଦେଷ୍ଟା ନଟବର ଆଚାର୍ଯ୍ୟଙ୍କ ସମେତ ସଚ୍ଚିଦାନନ୍ଦ ସାମନ୍ତରାୟ, ଗୀତାଞ୍ଜଳି ପାତ୍ର, ବିକ୍ରମ ଛୋଟରାୟ, ଲକ୍ଷ୍ମଣ ନନ୍ଦ, ପ୍ରଭାକର ପରିଡା ଓ ବିଜୟ କୁମାର ପଟନାୟକ ଓ଼ଗେର ଅନେକ ସଭ୍ୟ/ସଭ୍ୟା ଯୋଗଦାନକରି ଆଲୋଚନାରେ ଭାଗ ନେଇଥିଲେ ।