କଟକ- ସମ୍ବଲପୁର ଜାତୀୟ ରାଜପଥର କାର୍ଯ୍ୟ ଖୁବ ଶୀଘ୍ର ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର:ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ବଲପୁର ଜିଲ୍ଲା ଗସ୍ତ କରି କଟକ-ସମ୍ବଲପୁର ଜାତୀୟ ରାଜପଥରେ ଚାରି ଲେନ ବିଶିଷ୍ଟ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଶ୍ରୀ ମହାପାତ୍ର କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଜାତୀୟ ରାଜପଥ-୫୫ର କଟକ-ସମ୍ବଲପୁର ରାଜପଥର କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କଟକ-ସମ୍ବଲପୁର ରାଜପଥର ତିନି ପର୍ଯ୍ୟାୟ ତଥା କଟକ-ଅନୁଗୋଳ-୧, କଟକ-ଅନୁଗୋଳ-୨, ଅନୁଗୋଳ-ସମ୍ବଲପୁର-୩ର କାର୍ଯ୍ୟ ଦୀର୍ଘ ଦିନ ହେଲା ପଡି ରହିଥିବାରୁ ଯାତାୟତରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣା ହେଉଥିବାରୁ ନିର୍ମାଣ କାର୍ଯ୍ୟ ତ୍ୱରାନିତ୍ୱ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଉକ୍ତ ପଥରେ ଦୁଇ ଲେନ କାର୍ଯ୍ୟ ଶେଷ ଏବଂ ଆସନ୍ତା ଜୁନ ସୁଦ୍ଧା ୯୦ ପ୍ରତିଶତ କାର୍ଯ୍ୟ ଶେଷ କରିବା ନେଇ ବୈଠକରେ ଆଲୋଚନା ହୋଇଛି । ଏଥିସହ ଉକ୍ତ ରାଜପଥରେ ଥିବା ପ୍ରମୁଖ ଫ୍ଲାଏ ଓଭର, ରିଂ ରୋଡ, ହାତୀ ଯାତାୟତ ପାଇଁ ଅଣ୍ଡର ପାସ ଏବଂ ଯାନବାହାନ ନିମନ୍ତେ ମୁଖ୍ୟ ଅଣ୍ଡର ପାସ କାର୍ଯ୍ୟ ଆସନ୍ତା ଜୁନ ସୁଦ୍ଧା ଶେଷ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ସକାଳେ ମୁଖ୍ୟ ଶାସନ ସଚିବ ସମ୍ବଲପୁର ଯିବା ବାଟରେ ଢ଼େଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ କ୍ଷେତ୍ରୀୟ ପରିଦର୍ଶନ କରି ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡଃ ସୁରେଶ ଚନ୍ଦ୍ର ଦଳାଇ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଆରକ୍ଷ ଅଧିକ୍ଷକ ବି.ଗଙ୍ଗାଧର, ଜାତୀୟ ରାଜପଥ ସମ୍ବଲପୁର ଶାଖା ପ୍ରକଳ୍ପ ନିର୍ଦ୍ଦେଶକ କେ.ନାଗେଶ୍ୱର ରାଓ, ସି.ଜି.ଏମ. ଡ଼ଃ ରାମପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ


Share: