ପୌରପରିଷଦ ଅଧିନିୟମ ଓ ଅଧ୍ୟକ୍ଷ ଙ୍କ ମନମୁଖୀ କାର୍ଯ୍ୟ କୁ ନେଇ ପରିଷଦରେ ବିରୋଧୀଙ୍କ ହଟଗୋଳ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ।

ଗଞ୍ଜାମ :ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଦଳା କଲ୍ୟାଣି ମଣ୍ଡପ ଠାରେ ପରିଷଦର ପ୍ରଥମ କାଉନସିଲର ବୈଠକ ଅନୁଷ୍ଠିତ ହୋଇଥିଲା ।କିନ୍ତୁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ପରିଷଦ ର ଅଧିନିୟମ ବିରୋଧରେ ଏହି ବୈଠକ ଡାକିଥିଲେ।ମିଟିଙ୍ଗ ପୂର୍ବରୁ ଜେନେରାଲ ବଡି ମିଟିଙ୍ଗ ଡାକିବା କଥା କିନ୍ତୁ ତାହା ହୋଇନଥିଲା ଓ ଓଡିଶା ମୁନିସିପାଲଟି ଧାରା ୩ ଅନୁଯାଇ ମାସର ପ୍ରଥମ ସୋମବାର ଓ ମାସର ଶେଷ ଶନିବାର ରେ ମିଟିଙ୍ଗ ହେବା କଥା ।

ଅପର ପକ୍ଷରେ କାମକରୁଥିବା କଣ୍ଟ୍ରାକ୍ଟର ମାନଙ୍କୁ ପିସି ଦେଲେ ବିଲ କରିବା,କିଛି କାଉଁଷିଲର କୁ ଦୁର୍ବ୍ୟବହାର କରିବା ସହ ଏନଏସି କୁ ନ ଆସିବା ପାଇଁ କହିବା,
ଅସାମାଜିକ ଲୋକଙ୍କୁ ନେଇ ରାତ୍ର ୧୦ ଘଣ୍ଟ ପର୍ଯ୍ୟନ୍ତ ଏନଏସି କାର୍ଯ୍ୟାଳୟ ରେ ଆଡା ଚଲେଇବା, ଅଧ୍ଯକ୍ଷ କାହିଁକି ନିୟମ କୁ ଅବମାନନା କରିଲେ ଏହି ଭଳି ଅନେକ ସମସ୍ୟା କୁ ନେଇ କକ୍ଷରେ ବିରୋଧୀ ନାରାବାଜି ଦେଇଥିଲେ।
ସାଂସଦ ଙ୍କ ପ୍ରତିନିଧିତ୍ବ କରୁଥିବା ଟୁନା ପାଢ଼ୀ ମଧ୍ୟ ଏହାରି ଉପରେ ଆଲୋଚନା କରାଯାଉ କହିଥିଲେ ମଧ୍ୟ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ କହିଥିଲେ କି ତୁମେ ଏଠି ପାଟି ଖୋଲିପାରିବ ନାହିଁ ସେ ନେଇ କିଛି ସମୟ ଧରି ସଭା କାର୍ଯ୍ୟ ଅଚଳ ହେବାପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ରେ ଥିବା କୋଦଳା ତହସିଲଦାର ଏହି ବୈଠକ କୁ ଅଧାରୁ ବନ୍ଦ କରିଥିଲେ ।ଆଗାମୀ ଦିନରେ ଯଦି ଏହି ଏନଏସି ରେ ଏଇଭଳି ଚାଲେ ତାହେଲେ ଆଗକୁ ଏହା ଏକ ମଦୁଆ ମାନଙ୍କ ଆଡା ପାଲଟି ଯିବ।
ଏହାକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟନୁଷ୍ଠାନ ନେବାପାଇଁ କାଉଁଷିଲର ମାନେ ଦାବି କରିଛନ୍ତି


Share: