ବିଶ୍ୱ ମାନବାଧିକାର ଦିବସରେ ଯୁବ ସମାଜସେବୀ ଇଂ.ପ୍ରଦୀପ କୁମାର ବେହେରାଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ କର୍ମଯୋଗୀ ନାରାୟଣ ଚନ୍ଦ୍ର

Share:

ରାଜେଶ ନାୟକ ଙ୍କ ରିପୋର୍ଟ ।

କଟକ – କଟକ ସଦର ୪୨ମୌଜା ଏରଞ୍ଚ ସ୍ଥିତ ଗୋପବନ୍ଧୁ ପୌଢ ନିବାସ ଠାରେ ଆନ୍ତରାଷ୍ଟ୍ରୀୟ ମାନବାଧିକାର ଆସୋସିଏସନ୍ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇ ଉଲେଖନୀୟ କୃତିତ୍ୱ ନେଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ଦକ୍ଷ ସଂଗଠକ ତଥା କର୍ମଯୋଗୀ ନାରାୟଣ ଚନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ରାଜ୍ୟ ସଭାପତି ଯୁବ ସମାଜସେବୀ ଇଂ.ପ୍ରଦୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିଵା ଏହି କାର୍ଯ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଜ ଯତୀନ୍ଦ୍ର କୁମାର ବେହେରା ଯୋଗଦେଇଥିଲା ବେଳେ ମଧୁସୂଦନ ପତି,ନାରାୟଣ ମହାନ୍ତି, ମିନତି ପଣ୍ଡା, ରବିନାରାୟଣ ସିଂ,ହୃଷୀକେଶ ରଥ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ବୁଲେଇ ବେହେରା,ଧୀରେନ୍ଦ୍ର ବେହେରା, ପ୍ରିତିରଞ୍ଜନ କାଠ,ପ୍ରସନ୍ନ ବେହେରା,ଅସିଶ ବେହେରା,ଶଙ୍କର ବେହେରା,ତରୁଣ ବେହେରା ପରିଚାଳନା କରିଥିଲେ ।


Share: