ପବିତ୍ର ମହାଶିବରାତ୍ରି ଦିନ ସୋନପୁର ର ପ୍ରସିଦ୍ଧ ଶ୍ରୀ ରାମେଶ୍ୱର ଶୈବପୀଠ ଠାରେ ଏକ ସାମୁହିକ ବ୍ରତୋପନୟନ ଉତ୍ସବ

Share:

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

ସୁବଅର୍ଣ୍ଣପୁର :ମହା ସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ 33 ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବ ର ସମସ୍ତ ଆୟୋଜନ ଓ ତଦାରଖ ର ଦାୟିତ୍ୱ ସୋନପୁର ର ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ନେଇ ଆସୁଛନ୍ତି । ପ୍ରତିବର୍ଷ ବିଭିନ୍ନ ଅଞ୍ଚଳ ର ପାଞ୍ଚ ସାତ ଜଣ ଅତି ଗରିବ ବ୍ରାହ୍ମଣ ପରିବାରର ପିଲାମାନଙ୍କୁ ମାଗଣାରେ ବ୍ରତ କରାଯାଉଥିବା ବେଳେ ଚଳିତ ବର୍ଷ ସୋନପୁର ପଟାଭାଡ଼ି ର ଶିବରାମ ପଣ୍ଡା ଙ୍କ ପୁତ୍ର ପୂର୍ଣ୍ଣ ଚନ୍ଦ୍ର , ଖାରି ଗାଁ ର ପ୍ରଶାନ୍ତ ରଥ ଙ୍କ ପୁତ୍ର ସମୀର, ଖରଝୁରା ଗାଁ ର ସତ୍ୟ ପଣ୍ଡା ଙ୍କ ପୁତ୍ର କାହ୍ନ। , ବୃନ୍ଦାବନ ମହାପାତ୍ର ଙ୍କ ପୁତ୍ର ବରୁଣ ଓ ସାରଗୁଣା ମୁଣ୍ଡା ର ଶଙ୍କର ଦାଶ ଙ୍କ ପୁତ୍ର ଚନ୍ଦନ ଙ୍କ ସମେତ 5 ଜଣ ଗରିବ ଶ୍ରେଣୀ ର ବାଳକ ଙ୍କୁ ସାମୁହିକ
ବ୍ରତ କରାଯାଇଛି । ଏହି ବ୍ରତୋପନୟନ ଉତ୍ସବ ରେ ପ୍ରତି ବର୍ଷ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆସୁଥିବା ବେଳେ ଏବର୍ଷ ପୂରୀ ରାମଜୀ ମଠ ର ମହନ୍ତ ବଂଶୀ ଧର ଦାଶ ଜୀ ମହାରାଜ,
ସୁବର୍ଣ୍ଣପୁର ର ଏସପି ସୀତାରାମ ଶତପଥି ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମ୍ବାଦିକ, ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ବାଳବ୍ରହ୍ମଚାରୀ ମାନଙ୍କୁ ଶୁଭେଚ୍ଛା ଓ ଆର୍ଶୀବାଦ ପ୍ରଦାନ କରି ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

ଓ ନିଃସହାୟ ବ୍ରାହ୍ମଣ ପିଲାମାନଙ୍କ ସାମୁହିକ ବ୍ରତ ପାଳନ ହିଁ ଅସଲ ମାନବୀୟ ଧର୍ମ ବୋଲି ମତ ରଖି ଏହି ଉତ୍ସବର ଆୟୋଜକ ଶ୍ରୀ ମଲ୍ଲିକ ଙ୍କ ଵଦାନ୍ୟତା ଓ ମହାନତାକୁ ପ୍ରଶଂସା କରିଥିଲେ । ଆମ ପ୍ରତିନିଧି ଙ୍କ ସହିତ ଏକ ସାକ୍ଷାତକାର ରେ ଏହାର ଆୟୋଜକ ଶ୍ରୀ ମଲ୍ଲିକ କହିଥିଲେ ଯେ ପ୍ରକୃତ ରେ ଜଣେ ଅନୁଭବୀ ହିଁ ଜଣେ ଦୁଃଖୀ ଵା ଗରିବ ର ଦୁଃଖ କଷ୍ଟ କୁ ସହଜ ରେ ବୁଝିପାରେ । ସୋନପୁର ଘୋଡ଼ାଘାଟପଡା ଠାରେ ଗୋଟିଏ ଅତି ଗରିବ ପରିବାର ରେ ଜନ୍ମ ନେଇ ମୁଁ ଖୁବ କମ ପାଠ ପଢି ଯୁବ ବୟସ ରେ ପ୍ରଥମେ ଜଣେ ବ୍ୟବସାୟୀ ଙ୍କ ଠାରେ ଘରୋଇ ମୁନସୀ ଭାବେ ସ୍ୱଳ୍ପ ବେତନ ରେ କାର୍ଯ୍ୟ କରି ଆସି ଜୀବନ ର ସଂଘର୍ଷ ଆରମ୍ଭ କରିଥିଲି । ପରେ ପରେ ଘର ପାଖେ ଏକ ଛୋଟ କାଠ କ୍ୟାବିନ ରେ ତେଲ ଲୁଣ ବ୍ୟବସାୟ ଟିଏ ଆରମ୍ଭ କରି କଠିନ ପରିଶ୍ରମ କରି ନିଜ ପରିବାର ର ମୁହଁ ରେ ହସ ଫୁଟାଇ ପାରିଛି ଏବଂ ଦୀର୍ଘ ବର୍ଷ ରୁ ଆଜି ଯାଏ ବିଭିନ୍ନ ଅଞ୍ଚଳ ର ଗରିବ ନିଃସହାୟ ଲୋକଙ୍କ ସେବା ଯୋଗାଇ ହଜାର ଲୋକଙ୍କ ପରିବାର ରେ ଖୁସି ଓ ମୁହଁ ରେ ହସ ବି ଦେଇ ପାରିଛି । ଯେତେବେଳେ ଯିଏ ଯାହା ବି ସାହାଯ୍ୟ ସହଯୋଗ ମାଗିଛି କେବେ କାହାକୁ ମନା କରିନି । ହସି ହସି ରାଜି ହୋଇଛି । ଆଉ ଲୋକଙ୍କ ସୁଖ ଦୁଃଖ ସବୁ ଜଗା ସବୁ ସମୟରେ ସବୁ ଉତ୍ସଵ ରେ ପହଂଚି ଯଥା ସହଯୋଗ ର ହାତ ବଢ଼ାଇ ଥାଏ । ଆଉ ମା ସୁରେଶ୍ୱରୀ ଙ୍କ ଆଶୀର୍ବାଦ ରୁ ସବୁ ସାହସ ଶକ୍ତି ଆପେ ଅସିଯାଇଥାଏ ବୋଲି ମୋର ଦୃଢ଼ ବିଶ୍ୱାସ ଅଛି । କିନ୍ତୁ ମା ଙ୍କ ଆଶୀର୍ବାଦ ରୁ ମୁଁ ଆଜି ଯେତେ ଊଚ୍ଚ ସ୍ତର କୁ ପହଂଚିଥିଲେ ବି ପ୍ରତି ଦିନ ସକାଳେ ମୋର ତେଲ ଲୁଣ ଦୋକାନ କୁ ଆସିବା, ଖାଦ୍ୟ ସାମଗ୍ରୀ ବିକିବା କେବେ ବି ଭୁଲି ନ ଥାଏ । ଆଉ ଏଇ ତେଲ ଲୁଣ ର ସଂସାର ଭିତରେ ଖୁବ ବ୍ୟସ୍ତ ବହୁଳ ଜୀବନ ଭିତରେ ପ୍ରତିଦିନ ସରକାରୀ ବେସରକାରୀ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇ ସେବା କରିବାରେ ଖୁବ ଆତ୍ମ ସନ୍ତୋଷ ପାଇଥାଏ ବୋଲି ମତ ରଖି ଆପଣ ମାନଙ୍କ ପ୍ରେରଣା ସହଯୋଗ ରେ ଆଜୀବନ ଯାଏ ଏଇ ସେବା ଚାଲିଥିବ ବୋଲି କହିଥିଲେ । ପ୍ରକୃତ ରେ କୋଠା ବାଡ଼ି, ଦାମୀ ଗାଡି, କୋଟି ଟଙ୍କା ର ବ୍ୟାଙ୍କ ବ୍ୟାଲେନ୍ସ ସୁଖ ଠାରୁ କୋଟି କୋଟି ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା, ସେବାଦେବା ସେମାନଙ୍କ ହୃଦୟ କୁ ଜିଣିବା ରେ ହିଁ ଢେର ଗୁଣା ଶାନ୍ତି ମିଳିଥାଏ । କୌଣସି ପ୍ରତିଦାନ ର ଆଶା ନ ରଖି ନଦୀର ଜଳ ଦାନ, ସୂର୍ଯ୍ୟ ର କିରଣ ଦାନ, ଗଛ ଲତା ର ଖାଦ୍ୟ ଅମ୍ଳଜାନ ଦାନ ଭଳି ମଣିଷ ନିସ୍ଵାର୍ଥପର ଭାବେ ଅନ୍ୟ ର ଉପକାର କରିବା ଉଚିତ । ଏହା ମଣିଷ ର ଦାଇତ୍ୱ କର୍ତ୍ତବ୍ୟ ହେବା ଉଚିତ । ନଚେତ ସମାଜ ରୁ ଆମେ କିଛି ଆଶା କରିବା ଭୁଲ ଅଟେ । ଧନ, ପଦ ପଦବୀ କ୍ଷଣସ୍ଥାୟୀ, ପ୍ରକୃତ ରେ କିନ୍ତୁ ସାଧାରଣ ମଣିଷ ଙ୍କ ଭିତରେ ଜଣେ ଅସାଧାରଣ ମଣିଷ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ । ଅସହାୟ ମଣିଷ ଙ୍କ ପ୍ରତି ସବୁବେଳେ ସହାୟତା ର ହାତ ବଢାଇବା ପାଈଁ ମା ସୁରେଶ୍ୱରୀ ଆହୁରି ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ।


Share: