ମିନି ଟ୍ରକ ଧକ୍କାରେ ବୃଦ୍ଧା ମୃତୁ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ଗଞ୍ଜାମ : ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ନିକଟ ଜାତୀୟ ରାଜପଥ 59 ରେ ସଡ଼କ ଦୁର୍ଘଟଣାରେ ବୃଦ୍ଧା ମୃତ ।

ସୋରଡା ରୁ ଆସିକା ଅଭିମୁଖେ ଯାଉଥିବା ଏକ ମିନି ଟ୍ରକ ଜଣେ ବୃଦ୍ଧା ଙ୍କୁ ଧକା ଦେଇଥିଲା । ବୃଦ୍ଧା ଜଣ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ବେଳେ ସେ ଆସିକା ଦେଭୂମି ଗ୍ରାମର 75 ବର୍ଷୀୟା K. ଆପିଆମା ରାଓ ହୋଇଥିବା ସୂଚନା ମିଳିଛି ।

ସେ ମାନସିକ ବିକାର ଗ୍ରସ୍ତ ଥିଲେ। କିଛି ଦିନ ହେବ ବଡ଼ ପୁଅ K. ବାବୁ ରାଓ ଙ୍କ ପାଖରେ କବିସୁଯ୍ୟନଗରରେ ରହୁଥିବା ବେଳେ ଗତ କାଲିଠାରୁ ସେ ନିଖୋଜ ଥିଲେ । ଦୁର୍ଘଟଣା ପରେ ପୋଲିସ ଠାରୁ ଖବର ପାଇ ବଡ଼ ପୁଅ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧା ଜଣକୁ ଚିହ୍ନିବା ପରେ ଆସିକା ଉପଖଣ୍ତ ଚିକିତ୍ସାଳୟ କୁ ସବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ପୋଲିସ ।ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ମିନି ଟ୍ରକଟିକୁ ଜବତ କରିବା ସହ ଡ୍ରାଇଭର କୁ ଅଟକ ରଖି ତଦନ୍ତ ଜାରିରଖିଛି ପୋଲିସ ।


Share: