ବିଶିଷ୍ଟ ଶିକ୍ଷାବିତ୍ ମନୋଜ ପ୍ରହରାଜଙ୍କ ବିୟୋଗରେ ସଦର ମାଟିରେ ଶୋକ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର /କଟକ : କଟକ ସଦର ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ୱରପୁର ନିବାସୀ ତଥା କଟକ ଚଣ୍ଡିଛକରେ ଗରିବ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଥିବା ବିଶିଷ୍ଟ ଶିକ୍ଷାବିତ୍ ମନୋଜ ପ୍ରହରାଜଙ୍କ (୪୭ )କର୍କଟ ରୋଗରେ ପୀଡିତ ହୋଇ ଆଜି ପରଲୋକ ହୋଇଯାଇଛି । ୧୯୯୦ ମସିହାରେ ସ୍ଥାନୀୟ ଗୋପାଳ ସ୍ମୃତି ବିଦ୍ୟାପୀଠ ରୁ ମାଟ୍ରିକ ପାସ କରିବାପରେ କଟକସ୍ଥିତ ରେଭେନ୍ସା ବିଶ୍ଵ ବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର କରିବା ପରେ ବିଭିନ୍ନ ସରକାରୀ ଚାକିରୀ ପାଇବାସତ୍ୱ କେବଳ ଗରୀବ ଶ୍ରେଣୀର ପିଲାମାନଙ୍କୁ ପଠପଢ଼ାଇବା ନିମନ୍ତେ ସେ ସରକାରୀ ଚାକିରି ନକରି ମାଗଣାରେ ପଥପଢ଼ାଇବା ଆରମ୍ଭ କରି ଏକ ଉଦାହରଣ ସୃଷ୍ଟି କରିଥିଲେ । ତାଙ୍କର ଆଜିବି ଅନେକ ଛାତ୍ର ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି।ସେ ଗତ କିଛି ବର୍ଷ ହେବ କର୍କଟ ରୋଗରେ ପୀଡିତ ଥିବା ସତ୍ତ୍ୱେ କାହାକୁ କିଛି ନଜଣାଇ ଶିକ୍ଷାଦାନ କରିଚାଲିଥିଲେ । ଆଜି ମାତ୍ର ୪୬ବର୍ଷରେ ତାଙ୍କର ପରଲୋକ ହେବା ଫଳରେ କେବଳ କଟକ ସଦର ଅଞ୍ଚଳ ତଥା ରାଜ୍ୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେ ଶଯ୍ୟାଶାୟୀ ଥିବା ସମୟରେ ତାଙ୍କ ସୃଷ୍ଟିର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିତ ମରଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଗରିବଗୁରୁବାଙ୍କ ସେବା କରୁଥିବା ଶ୍ରୀ ପ୍ରହରାଜଙ୍କ ନିଧନରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।
ତାଙ୍କ ମୃତ୍ୟୁରେ ଆଇଟିସି କମ୍ପାନୀର ବରିଷ୍ଠ ଅଧିକାରୀ ପ୍ରକାଶ ମିଶ୍ର , ନିଆଳି ସ୍ଥିତ ଅକ୍ସଫୋଡ ଇଣ୍ଟରନେସନାଲ ସ୍କୁଲର ଅଧ୍ୟକ୍ଷ ଅଭିରାମ ସାହୁ, ଯୁବ ସାମ୍ବାଦିକ ତାପସ ରାଉତରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁରେ ଶିକ୍ଷାଦାନ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ଏକ ଅପୂରଣୀୟ କ୍ଷତି ହୋଇଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରକାଶ। ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବାବେଳେ ତାଙ୍କର ବହୁ ଛାତ୍ରଛାତ୍ରୀ ତଥା ଅଞ୍ଚଳବାସୀ ଉପସ୍ଥିତ ଥିଲେ।ବଡଭାଇଙ୍କର ପୁଅ ମୁଖଗ୍ଣି ଦେଇଥିଲେ ।


Share: