୧୫ ରୁ ଅଧିକ ପରିବାର ଲେଟିନ ଟଙ୍କା ପାଇବାରୁ ବଞ୍ଚିତ

Share:

ଗଞ୍ଜାମ16/9/2021ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବେରୁଆଁ ବାଡ଼ି ପଞ୍ଚାୟତର ସାତନଳ ଗାଁ ରୁ ଆସିଛି ଏଇଭଳି ଦୃଶ୍ୟ।ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବାହାରେ ମଳତ୍ୟାଗ ନ କରିବାପାଇଁ ବହୁ ଯୋଜନା କରିଛନ୍ତି ।ଯେମିତି ସମସ୍ତେ ନିଜ ନିଜ ଘର ପାଖରେ ଲେଟିନ କରିବେ ଏଇ ବାବଦକୁ ୧୨୦୦୦ ଟଙ୍କା ସରକାର ଦେବାପାଇଁ ଘୋଷଣା ମଧ୍ୟ କଲେ ।

ବହୁ ଲୋକ ଏହାର ସୁବିଧା ମଧ୍ୟ ପାଇଲେ, କିନ୍ତୁ ବେରୁଆଁବାଡ଼ି ପଞ୍ଚାୟତ ର ସାତନଳ ଗାଁ ରେ ୧୫ରୁ ଉର୍ଦ୍ଧ ପରିବାର ଧାର ଉଦ୍ଧାର କରି ନିଜେ ନିଜେ ଲେଟିନ ତିଆରି କରି ମଧ୍ୟ ଏହି ସୁବିଧା ରୁ ବଞ୍ଚିତ ।ଆଜକୁ ପ୍ରାୟ ଅଢେଇ ବର୍ଷ ହେବ ବ୍ଲକ ଓ ସରପଞ୍ଚ ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇସାରିଲେଣି କିନ୍ତୁ ଆଜି ଯାଏଁ ମିଳିଲା ନାହିଁ ଟଙ୍କା ।ଏଠି ଭୁଲ କାହାର ?ଯୋଉମାନେ ଲେଟିନ ତିଆରି କରିଛନ୍ତି ସେଇମାନଙ୍କର ନା ପ୍ରଶାସନ ର ନା ସ୍ଥାନୀୟ ସରପଞ୍ଚ ଙ୍କର ଏଇ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ଦାବି ହୋଉଛି ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଅ ଙ୍କ ରିପୋର୍ଟ।


Share: