ମିଳିଲାନି ୧୦୮ ଆମ୍ବୁଲାନ୍ସ ସେବା ବାଇକ ଯୋଗେ ବୁହାହେଲେ ବଜ୍ରାଘାତରେ ଗୁରୁତର ଆହତ ଯୁବକ । ବିଳମ୍ବ ଯୋଗୁ ମୃତ୍ୟୁ
ପପୁସାହୁ ଙ୍କ ରିପୋର୍ଟ
ଭୁବନ ଥାନା ଅଧିନ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ର ଯୁବକ ବାସୁଦେବ ସାହୁ (32) ମୃଦଙ୍ଗା ପଞ୍ଚାୟତ ସ୍ଥିତ ମହୁଲପାଳ ହାଟ ନୀକଟ ରେ ଥିବା ବିଲକୁ ଧାନ ତଳି ପକାଇବାକୁ ଯାଇଥିଲେ । ରାସ୍ତାକଡ ବିଲରେ କାର୍ଯ୍ଯ କରୁଥିବା ସମୟରେ ଦିନ ଗୋଟାଏ ସମୟରେ ହୋଇଥିବା ବଜ୍ରପାତ ହେତୁ ଆହାତ ଅବସ୍ଥାରେ ସେ ବିଲରେ ପଡି ରହିଥିଲେ ବୋଲି ସ୍ଥାନୀୟ ଲୋକେ ଜଣାଇଛନ୍ତି । ସ୍ଥାନୀୟ କିଛି ଲୋକମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ତାଙ୍କ ପରିବାର କୁ ଖବର ଦିଆଯାଇଥିଲା । ଘଟଣାସ୍ଥଳ ରେ ପରିବାର ଲୋକେ ପହଞ୍ଚି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନ ମେଡିକାଲ କୁ ସ୍ଥାନାନ୍ତର କରିବାକୁ ପ୍ରୟାସ କରିବାକୁ ଚେଷ୍ଟା କରିଥିଲେ ତେବେ ଭୁବନ ତଥା ଆଖପାଖ ରେ ୧୦୮ ଆମ୍ବୁଲାନ୍ସ ମିଳିନଥିଲା । ବହୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅପେକ୍ଷା ପରେ ବାଇକ ଯୋଗେ ଭୁବନ ମେଡିକାଲ କୁ ତାଙ୍କୁ ନେଇ ଆସିଥିଲେ ।
ଭୁବନ ଡାକ୍ତରଖାନା ଠାରେ ଡାକ୍ତର ଆନନ୍ଦିତା ପରିଡା ପ୍ରାଥମିକ ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ ।