ବିଶାଳ ଶାନ୍ତିପୂର୍ଣ ଗଣସମାବେଶ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :କୋଭିଡ୍ କଟକଣା ପାଇଁ ଗତ ୨ ବର୍ଷ ହେବ ସମସ୍ତ ଦୈନିକ ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିଥିଲା l ଓଡିଶାର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ଓ ପ୍ରତିବାଦ ସଭା କଲାପରେ ସମସ୍ତ ରୁଟରେ ପେସେଞ୍ଜର ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା ବେଳେ , ଖୋର୍ଦ୍ଦା ରୋଡ ମଣ୍ଡଳ ଅଧୀନରେ ଥିବା ପଲାସା ଠାରୁ ଭୁବେନେଶ୍ଵର ପର୍ଯ୍ୟନ୍ତ ସମସ୍ତ ଷ୍ଟେସନ ମାନଙ୍କରେ ବର୍ତ୍ତମାନ ସୁଦ୍ଧା ପେସେଞ୍ଜର୍ ଟ୍ରେନର ପୁନଃ ପ୍ରଚଳନ ହୋଇନାହିଁ l

ପୂର୍ବରୁ ବହୁବାର ପ୍ରତେକ ଷ୍ଟେସନ ମାନଙ୍କରେ, ଡି.ଆର.ଏମ ଙ୍କ କାର୍ଯ୍ୟାଳୟ, (ଖୋର୍ଦ୍ଧାରୋଡ଼), ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟ,( ରେଳ ସଦନ, ଭୁବନେଶ୍ୱର) ମୁଖ୍ୟ ଫାଟକ ସାମ୍ନାରେ ପ୍ରତିବାଦ ଓ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେବାସହିତ ରେଳମନ୍ତ୍ରୀଙ୍କୁ, ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଙ୍କୁ ଦାବୀପତ୍ର ଦିଆଯାଇଛି l

ADVT

ପ୍ରତ୍ୟେକ ଥର ଟ୍ରେନ ପୁନଃ ପ୍ରଚଳନ ପାଇଁ ପ୍ରତିଶ୍ରୁତି ମିଳୁଥିଲେ ବି ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ l ଏହି ରୁଟ୍ ର ସମସ୍ତ ରେଳ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ୪ ଜଣ ସଡ଼କ ପଥରେ ଯିବା ଆସିବା କରି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି, ସ୍ୱଳ୍ପ ଦରମା ପାଉଥିବା ବେସରକାରୀ କର୍ମାରୀମାନେ ସଡ଼କ ପଥରେ ଭୁବନେଶ୍ବର ନଯାଇପାରି ବେକାର ହୋଇ ଘରେ ବସିଛନ୍ତି, ବିଭିନ୍ନ ପ୍ରାନ୍ତକୁ ଯାଇ ଦିନ ମଜୁରିଆ କାମକରି ପରିବାର ପୋଷଣ କରୁଥିବା ଅସଂଖ୍ୟ ଶ୍ରମିକ ହାତବାନ୍ଧି ଘରେ ବସିଛନ୍ତି lଆଜି କାଇପଦର୍ ରୋଡ ଷ୍ଟେସନ୍ ସାମ୍ନାରେ ଫେଡେରେସନ ଅଫ ଡେଲିପେସେଞ୍ଜର ଆସୋସେସନ , ଖୋର୍ଦ୍ଧାରୋଡ଼ର ସଭାପତି ଅର୍ଜ୍ଜୁନ ଚରଣ ସାମନ୍ତରାୟଙ୍କ ନେତୃତ୍ୱରେ ଆୟୋଜିତ ବିଶାଳ ଶାନ୍ତିପୂର୍ଣ୍ଣ ଗଣସମାବେଶରେ ଭୁବନେଶ୍ଵରରୁ ନୀଳମଣି ମିଶ୍ର, ସତ୍ୟନାରାୟଣ ସାମନ୍ତସିଂହାର ଓ ଶାନ୍ତିଲତା ରାଉତରାୟ l

ADVT.

ତାପଙ୍ଗ ଷ୍ଟେସନରୁ ସୌମ୍ୟରଞ୍ଜନ ହରିଚନ୍ଦନ ଓ ପ୍ରଭାସିଶ ପଟ୍ଟନାୟକ, ଧଉଳିମୁଁହ ଷ୍ଟେସନରୁ ଦାଶରଥି ବାରିକ, ଭୂଷଣ୍ଡପୂର୍ ଷ୍ଟେସନରୁ ପ୍ରଶାନ୍ତ କୁମାର ସ୍ବାଇଁ, କଇପଦର୍ ଷ୍ଟେସନରୁ ଭାଗିରଥି ମଙ୍ଗରାଜ, ରମେଶ ଚନ୍ଦ୍ର ପ୍ରଧାନ, ଶ୍ରୀନିବାସ ପ୍ରଧାନ , ବିଜୟ ଶ୍ରୀଚନ୍ଦନ, ସୁରେନ୍ଦ୍ର ବେହେରା ସମେତ ଅସଂଖ୍ୟ ଡେଲି ପାସେଞ୍ଜର ଯୋଗଦେବାସାହିତ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

ସର୍ବସମ୍ମତି ଭାବେ ନିଷ୍ପତି ନିଆଗଲାକି ମାର୍ଚ ୫ ତାରିଖ ୨୦୨୨ ସୁଦ୍ଧା ଯଦି ଦାବିପୂରଣ ନହୁଏ ତେବେ ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ କାଇପଦର ରୋଡ ରେଳ ଷ୍ଟେସନରେ ପଲାସା ଠାରୁ ଭୁବନେଶ୍ଵର ଷ୍ଟେସନର ସମସ୍ତ ଡେଲି ପାସେଞ୍ଜର୍ ଙ୍କୁ ନେଇ ବିଶାଳ ସଂଖ୍ୟାରେ ୧୨ ଘଣ୍ଟିଆ ରେଳ ରୋକ କରାଯିବ l


Share: