ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

Share:

ଯଜ୍ଞେଶ୍ଵର ଦାସ ଓ ନିତ୍ୟ ସୁନ୍ଦର ଜେନା

ମହାକାଳପଡା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ହାଇସ୍କୁଲ ପ୍ରାଙ୍ଗଣରେ ଶ୍ରୀଯୁକ୍ତ ତନ୍ମୟ କୁମାର ବେହେରା,ବି.ଇ.ଓ ଙ୍କ ସଭା ପତିତ୍ବରେ ବିଜୟନଗର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା, ଉଦଘାଟନ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଶଶ୍ମୀତା ସ୍ବାଇଁ , ସରପଞ୍ଚ ରୂପସ୍ବିନୀ ସାହୁ , ସମିତି ସଭ୍ୟ ଶ୍ରୀମତୀ ଗୀତାଞ୍ଜଳୀ ସେଠୀ, ବିଜୟନଗର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମଦନମୋହନ କର , ମହାକାଳପଡା ଶିକ୍ଷକ ସମନ୍ୱୟ ସମିତିର ସଂପାଦକ ରମେଶ ଚନ୍ଦ୍ର ସାହାଣୀ,ଓଷ୍ଟା ଶିକ୍ଷକ ସଂଘର ସଂପାଦକ ଅଶୋକ କୁମାର ମହାପାତ୍ର,ଅଲଓଷ୍ଟା ସଂପାଦକ ସରୋଜ କାନ୍ତ ପାଇଟାଳ, ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ମାଧବ ଚରଣ ବାରିକ ଏନ.ପି.ଏସ. ସଂଘ ସଂପାଦକ ଅମୀୟ ଚୌଧୁରୀ, ସଭାପତି ଶିଶିର କୁମାର ଦାସ , ନୋଡାଲ ପ୍ରଧାନ ଶିକ୍ଷକ ରଘୁନାଥ ଦାସ,ଏବି.ଇ.ଓ ପଭାତୀ ସାମଲ , ବିଶ୍ଵାମିତ୍ରା ଜେନା, ମିନତୀ ସେଠୀ, ବିଚିତ୍ରାନନ୍ଦ ସାମଲ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବର ମହାକାଳପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ବେହେରା , ତହସିଲଦାର ଶ୍ରୀଯୁକ୍ତ ମାନସ ରଞ୍ଜନ ତ୍ରିପାଠୀ , ବି.ଡ଼ି.ଓ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ , ଏଥିରେ ତର୍କ , ପ୍ରବନ୍ଧ , ବକୃତା, ଚିତ୍ରାଙ୍କନ , ସଙ୍ଗୀତ, ଚିତ୍ରକଳା ,ଓ ଚିତ୍ରଶିଳ୍ପ , ଓଡ଼ିଆ ଶୁତଲିଖନ, ଓ ହସ୍ତାକ୍ଷର , ନୃତ୍ୟ ଆଦି ୯ ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ୪୫୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ,CRCC ଜ୍ୟୋତି ରଞ୍ଜନ ଦାସ , ସର୍ବେଶ୍ଵର ଦାସ , ଦିଲ୍ଲିପ କୁମାର ବାରିକ , ରବିନ୍ଦ୍ର ଦାସ , ରବିନ୍ଦ୍ର ବେହେରା ଆଦି ସମସ୍ତ ୨୦ ଜଣ CRCC ପରିଚାଳନା କରିଥିଲେ , କୃତି ପ୍ରତି ଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା , କୃତି ଅଂଶ ଗ୍ରହଣ କରି ଆସନ୍ତା ତା ୦୫.୧୧.୨୦୨୨ ରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିବାକୁ କାର୍ଯ୍ୟକ୍ରମ ରହିଛି


Share: