ଘର କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

Share:

ବେଗୁନିଆପଡା(୨୭.୦୮.୨୦୨୧) ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କୁମ୍ଭାର ଗାଁ ପଂଚାୟତର ବେଗୁନିଆ ଡିହ ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ମୁନା ନାୟକ(୨୫) । ତାଙ୍କ ଘର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଦଳୀ ବସନ୍ତ ଗ୍ରାମରେ । ମୁନା ବେଗୁନିଆପଡା ବ୍ଲକ ବୁରୁଝରି ଗ୍ରାମରେ ରହୁଥିଲା। ଆଜି ସକାଳେ କୁମ୍ଭାର ଗାଁ ପଂଚାୟତର ବେଗୁନିଆ ଡିହ ଗ୍ରାମକୁ ଘର କାମ କରିବାକୁ ଯାଇଥିଲା। ସେଠାରେ ମୁନା କାମ କରୁଥିବା ସମୟରେ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଆଉ ଚିକିତ୍ସା ଲାଗି ତାକୁ ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ବେଗୁନିଆପଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: