ଅବକାରୀ ଚଢ଼ାଉ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ଅଧୀକ୍ଷକଙ୍କ ତତ୍ୱବାଧାନରେ ଏବଂ ସାତପଡ଼ା ଅବକାରୀ ଉପ-ନିରୀକ୍ଷକ ନେତୃତରେ ଗୋଡିଶାଗଦା ଥାନା ଅନ୍ତର୍ଗତ ବିଣ୍ଡିପୁର ଗ୍ରାମରେ ଚଢ଼ାଉ କରି ୪୦.୮୦୦ ଲିଟର ଦେଶୀ ମଦ (Aska-40) ଜବତ କରି ଦୁଇ ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି. ନାମ-୧. ରାଜ କିଶୋର ଗୁମାନସିଂହ, ବୟସ-୬୦ ବର୍ଷ, ଘର- ବିଣ୍ଡିପୁର, ଥାନା- ଗୋଡିଶାଗଦା, ୨. ଅନାମ ବଳିଆରସିଂ, ବୟସ-୨୩ ବର୍ଷ, ଘର- ବିଣ୍ଡିପୁର, ଥାନା- ଗୋଡିଶାଗଦା, ଜିଲ୍ଲା-ପୁରୀ. ସାତପଡ଼ା ଅବକାରୀ ଥାନା କେସ
ନଂ-୮୭,୮୮/୨୦୨୧-୨୨ ରେ ବୁକ କରାଯାଇଛି, ଏହି ଚଢ଼ାଉ ରେ ସାତପଡ଼ା ଅବକାରୀ ଉପ ନିରୀକ୍ଷକ ଶ୍ରୀ ବିନୋଦ ବାସ୍କେ, ରଙ୍କନିଧି ମଲ୍ଲିକ, କନେଷ୍ଟବଳ ଭିକ୍ଟୋରିଆ ଡୁଙ୍ଗ ଡୁଙ୍ଗ, ସଞ୍ଜିପ ହସ୍ତୀ,ପ୍ରବୀଣ କିର ଏବଂ ବିଜୟାନନ୍ଦ ବେହେରା ସାମିଲ ଥିଲେ।


Share: