ରାୟଗଡା ସହରରେ ଦ୍ୱତୀୟ ସ୍ଥାନ ରେ ଉଗାଦି ଉତ୍ସବ ପାଳନ କରି କୋଣ୍ଡା ବାବୁ ଏନ ଭାସ୍କର ରାଓ ଙ୍କ ବିକଳ୍ପ ଭାବେ ଦେଖାଇଲେ ନିଜର ତାକତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ର ଅଧିଷ୍ଠାତ୍ରୀ ଦେବି ମାଁ ମଝି ଘରିଆଣୀଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରି ଏହି ମନ୍ଦିର ଠାରୁ ହଜାର ହଜାର ଲୋକଙ୍କ ସମାଗମରେ ଉତ୍ସବ ପଡିଆ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରାୟଗଡ ସହରରେ ପ୍ରଥମ ଥର ଦୁଇଟି ସ୍ଥାନରେ ଉଗାଦି ଉତ୍ସବ ପାଳନ କରାଯାଉଥିବା ଦେଖିବାକୁ ମିଳିଥିଲା ।ଦୀର୍ଘ 11 ବର୍ଷ ଧରି ସମଗ୍ର ତେଲୁଗୁ ସମ୍ପଦାୟ ଗୋଟିଏ ସ୍ଥାନରେ ଉଗାଦି ଉତ୍ସବ ପାଳନ କରିଆସୁଥିଲେ l ଠିକ ଏହି ବର୍ଷ ମଧ୍ୟ୍ୟ ଉଗାଦି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ମାନ ଅନୁଷ୍ଠିତ ହୋଇଥିଲା କିନ୍ତୁ ଜ଼ିଲ୍ଲା ଉଗାଦିଉତ୍ସବ କମିଟି ର ଆବାହକ ପି ଗୌରୀଶଙ୍କର ଙ୍କୁ ବାଦ ଦେବା ପାଇଁ ଜ଼ିଲ୍ଲା ଉଗାଦି ସଭାପତି ଏନ ଭାସ୍କର ରାଓ ଜିଦ ଧରିବାରୁ ରାୟଗଡା ସହର ର ବରିଷ୍ଠ ନେତା କୋଣ୍ଡା ବାବୁ ଏହା କୁ ବିରୋଧ କରି ଅନ୍ୟ ଏକ ସ୍ଥାନ ରେ ଏହି ଉତ୍ସବ ପାଳନ ପାଇଁ ନିଷ୍ପତି ନେଇଥିଲେ l ତେଲୁଗୁ ସମ୍ପ୍ରଦାୟର ନୂତନ ବର୍ଷ, ଏହି ଦିନରେ ତେଲୁଗି ସଂପ୍ରଦାୟ ଲୋକମାନେ ଘରେଘରେ ପୂଜାପାଠ କରିବା ସହ ଧୂମଧାମରେ ଏହି ଦିବସକୁ ପାଳନ କରିଥାନ୍ତି । ଆନ୍ଧ୍ର ଓ ଓଡିଶା ସୀମାନ୍ତବର୍ତ୍ତି ଅଂଚଳର ଓଡିଆ ପରିବାର ଲୋକମାନେ ମଧ୍ଯ ଉଗାଦୀ ପାଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଅର୍ଥାତ୍ ଆଜକୁ ଦିର୍ଘ 11 ବର୍ଷରୁ ଅଧିକ ସମୟ ଧରି ଏକତ୍ରିତ ଭାବେ ରାୟଗଡ ସହର ଓ ଆଖପାଖ ଅଂଚଳରେ ବସବାସ କରୁଥିବା ତେଲୁଗୁ ସଂପ୍ରଦାୟର ଲୋକମାନେ ଗୋଟିଏ ସ୍ଥାନରେ ଉଗାଦି ପାଳନ କରିଆସୁଥିଲେ | କିନ୍ତୁ ଚଳିତ ବର୍ଷ ଦୁଇଗୋଷ୍ଠିରେ ବିଭକ୍ତ ହୋଇ ଉଗାଦି ପାଳନ କରାଯାଉଛି । ବିଜେଡି ଦଳର ବରିଷ୍ଠ ପଦାଦ୍ଧିକାରୀ ଓଡିଆଙ୍କ ପରକ୍ଷ ଓ ପ୍ରତ୍ଯେକ୍ଷ ତତ୍ବାବୋଧାନରେ କଣ୍ଡାବାବୁଙ୍କ ନେତୃତ୍ବରେ ଶ୍ରୀ ସନ୍ଯାସି ରାଜୁ ଓକିଲ, ରାୟଗଡ ଜିଲ୍ଲା ଉଗାଦି ପାଳନ କମିଟି ଅଧ୍ଯକ୍ଷତା କରିଥିବା ବେଳେ ଶ୍ରୀ ପି ଗୌରିଶଙ୍କ ରାଓ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ । ଅନ୍ଯତ୍ର ଓଡିଆ ଯୁବକଙ୍କ ଅଧ୍ଯକ୍ଷତାରେ ତେଲୁଗୁ ସଂପ୍ରଦାୟର ଉଗାଦି ପାଳନ ହେଉଥୁବା ଦେଖିବାକୁ ମିଳିଛି । କଣ୍ଡା ବାବୁଙ୍କ ନେତୃତ୍ବରେ ଆୟୋଜିତ ଉଗାଦି ଉତ୍ସବ ପାଇଁ ମାଁ ମଝିଘରିଣୀଙ୍କ ନିକଟରୁ ଏକ ଶୋଭାଯାତ୍ରା ବାହାରି ଉତ୍ସବ ପଡିଆକୁ ପହଂଚିଥିଲେ ।
ଏବଂ ସନ୍ଧ୍ଯାରେ ଆୟୋଜିତ କାର୍ଯ୍ଯକ୍ରମର ଅତିଥି ଭାବେ ମଂଚରେ ଉପସ୍ତିତ ରହିଥିଲେ ମାନ୍ଯବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଉପଦେଷ୍ଠା ସୁଧିର କୁମାର ଦାସ, ମାନ୍ଯବର ଲୋକସଭା ସାଂସଦ, କୋରାପୁଟ ଶ୍ରୀ ସପ୍ତଗିରୀ ଶଙ୍କର ଉଲ୍ଲାକା, ରାୟଗଡ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ଅନୁସୂୟା ମାଝୀ, ରାୟଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ଜିଲ୍ଲାପାଳ, ପ୍ରମୁଖ ଯୋଗଦେଇ ଉଗାଦି ଉତ୍ସବକୁ ଉଦ୍ଘାଟନ କରିଥିଲେ | ଏହି ଉତ୍ସବର ପ୍ରଥମ ଦିବସରେ ଶାସକ ଦଳର ମନ୍ତ୍ରୀ, ନେତା ଓ କଂଗ୍ରେସ ଦଳର ସାଂସଦ ଯୋଗଦେଥିବା ଦେଖିବାକୁ ମିଳିଛି | କଣ୍ଡା ବାବୁଙ୍କ ନେତୃତ୍ବରେ ଆୟୋଜିତ ଉଗାଦୀ ଉତ୍ସବ ପଡିଆରେ ପ୍ରଥମ ରାତ୍ରୀ 22 ତାରିଖ ଶାନ୍ତି ସୃଙ୍ଖଳା ସହ ସମାପ୍ତ ହୋଇଥିବା ବେଳେ 23 ତାରିଖ ଦିନ ଉଦଯାପିତ ହୋଇଥିଲା | ଲୋକଙ୍କ ମନରଂଜନ ପାଇଁ ଖ୍ଯାତନାମା କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ
ପରିବେଷିତ ହୋଇଥିଲା | ଏହି ଉଗାଦି ଉତ୍ସବ ରେ କୋଣ୍ଡା ବାବୁ ଏନ ଭାସ୍କର ରାଓ ଙ୍କ ଦ୍ୱତୀୟ ବିକଳ୍ପ ଭାବେ ଉଭା ହୋଇ ନିଜର ପରିଦର୍ଶିତା ଏହି ଉତ୍ସବ ମାଧ୍ୟମରେ ଦେଖାଇଦେଲେ l କୋଣ୍ଡା ବାବୁଙ୍କ ନେତୃତ୍ବାଧୀନ ଉଗାଦି ଉତ୍ସବରେ ଜ଼ିଲ୍ଲା ବିଜେଡି ସଭାପତି ସୁଧୀର ଦାସ, ମନ୍ତ୍ରୀ ସାରକା, ଲୋକସଭା ସାଂସଦ ଉଲାକା, ଏସ ଡି ସି ସି ଅଧକ୍ଷା ଅନୁସୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ଏକତ୍ରିତ କରି ଏହି ଉତ୍ସବ ପାଳନ କରିଥିବା ବେଳେ ଏନ ଭାସ୍କର ରାଓ ରାୟଗଡା ପୌର ପରିଷଦ ର ଅଧକ୍ଷ ଓ କେତେକ କାଉନସିଲେର ଙ୍କୁ ନେଇ ଉଗାଦି ପାଳନ କରିବାର ଦେଖାଯାଇଥିଲା l
2023 ଉଗାଦି ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ଇତିମଧ୍ଯରେ ସମାପ୍ତ ହୋଥିବା ବେଳେ 2024କୁ ଅପେକ୍ଷା କରୁଛନ୍ତି ଜନସାଧାରଣ ! ଜିଲ୍ଲା ଓ ସଦର ମହକୁମାର ଅନେକ ନେତା କର୍ମୀଙ୍କ ମନରେ ଗୋଟିଏ ପ୍ରଶ୍ନ ବିଜେଡି ଦଳର ଦୁଇଦୁଇଟି ସ୍ଥାନରେ ଉଗାଦି ଉତ୍ସବ ପାଳନ ହେଉଥିବା ବେଳେ ଆସନ୍ତାବର୍ଷ କଂଗ୍ରେସ ଓ ବିଜେପି ମଧ୍ଯ ଉଗାଦି ପାଳନ କରିବାକୁ ଅଣ୍ଟା ଭିଡିବା କଥା ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି


Share: