କେରଳ ଛୁଇଁଲା ମୌସୁମୀ,

Share:

ଓଡିଶା ବ୍ୟୁରୋଚିଫ

ଭୁବନେଶ୍ବର : ସ୍ବାଭାବିକ ସମୟର ତିନି ଦିନ ପୂର୍ବରୁ ରବିବାର ଦିନ କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜି କେରଳର ଅନେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଛି। ତେବେ ମୌସୁମୀ କେବେ ଓଡ଼ିଶା ଛୁଇଁବ, ସେନେଇ କିଛି ଆକଳନ କରାଯାଇନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଗ ଅନୁକୂଳ ରହିଲେ, ଜୁନ୍‌ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି।
ମୌସୁମୀ ଆଜି ସମ୍ପୂର୍ଣ୍ଣ ଦକ୍ଷିଣ ଆରବସାଗର, ଲକ୍ଷଦ୍ବୀପ ଓ କେରଳର ଅଧିକାଂଶ ଅଞ୍ଚଳରେ ସକ୍ରିୟ ହୋଇଛି। କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ‌ବେଳେ ଦକ୍ଷିଣ ତାମିଲନାଡ଼ୁର କିଛି ଅଞ୍ଚଳରେ ମଧ୍ୟ ମୌସୁମୀ ସକ୍ରିୟ ହୋଇଛି। ପାଗ ଅନୁକୂଳ ଥିବାରୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗରର କିଛି ଅଞ୍ଚଳ, କେରଳର ଅବଶିଷ୍ଟ ଅଞ୍ଚଳ, ତାମିଲନାଡ଼ୁର କିଛି ଅଞ୍ଚଳ, କର୍ଣ୍ଣାଟକର କିଛି ଅଞ୍ଚଳ, ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କିଛି ଅଂଶ, ଉତ୍ତର-ପୂର୍ବ ବଙ୍ଗୋ‌ପସାଗରର କିଛି ଅଞ୍ଚଳ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସକ୍ରିୟ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ସେହିପରି ରାଜ୍ୟରେ ଆସନ୍ତା ୫ ଦିନ ଗରମ ଓ ଗୁଳୁଗୁଳି ଜାରି ରହିବ।


Share: