ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମାଙ୍କ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପର୍ଣ୍ଣ
ରଞ୍ଜନ ଦାସ ଙ୍କ ରିପୋର୍ଟ ।
ପୁରୀ-ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମାଙ୍କ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ସ୍ବର୍ଗଦ୍ବାରରେ ତାଙ୍କୁ ନୌସେନା ପକ୍ଷରୁ ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟଦା ପ୍ରଦାନ କରାଯାଇଛି । ଏଥିସହ ସ୍ବର୍ଗତ ଭାଇସ ଆଡମିରାଲଙ୍କୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ତାଙ୍କ ପୁତ୍ର କ୍ୟାପ୍ଟେନ ନବୀନ ଚନ୍ଦ୍ର ଶର୍ମା ମୁଖାଗ୍ନି ଦେଇଥିଲେ । ତାଙ୍କୁ ମୃତ୍ଯୁ ବେଳକୁ ଶହେ ବର୍ଷ ହୋଇଥିଲା । ନୌସେନା ପକ୍ଷରୁ ସ୍ବର୍ଗତ ଶର୍ମାଙ୍କ ପରିବାରକୁ ମେଡାଲ ଓ ୟୁନିଫର୍ମ ପ୍ରଦାନ କରାଯାଇଥିଲା । ୧୯୭୧ ମସିହା ଭାରତ – ପାକିସ୍ତାନ ଯୁଦ୍ଧରେ ସେ ଇଷ୍ଟର୍ଣ୍ଣ ନାଭି ଫ୍ଲିଟ କମାଣ୍ତର ଭାବେ ଗୁରୁ ଦାୟିତ୍ବ ତୁଲାଇଥିଲେ । ତାଙ୍କର ବିଶେଷ ଅବଦାନ ନିମନ୍ତେ ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ନୌସେନାର ବିଶିଷ୍ଟ ଅଧିକାରୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ପ୍ରଧାନ, ସିଟି ଡିଏସପି ଶ୍ରୀ ଜନାର୍ଦ୍ଦନ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।