ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Share:

ରଞ୍ଜନ ଦାସ

ପୁରୀ :ଅକ୍ଟୋବର ୧ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ। ଏହି ଅବସରରେ ଆଜି ପୂର୍ବାହ୍ନରେ ମୋଚି ସାହି ସ୍ଥିତ ମୁନିସିପାଲ୍ଟି କଲ୍ୟାଣ ମଣ୍ଡପ ଠାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଯୋଗ ଦେବା ସହ ବରିଷ୍ଠ ନାଗରିକ ମାନେ ସମାଜ ର ମାର୍ଗଦର୍ଶକ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ସୁଜାତା ମିଶ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରଣବ ପ୍ରକାଶ ଦାଶ,ଡ଼ା ବିରଜା ଶଙ୍କର ରଥ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ମହାରଣା, ମିଡ଼ିଆ ପରାମର୍ଶ ଦାତା ଶ୍ରୀ ସିଦ୍ଧାର୍ଥ ରାୟ ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ଶିବିରର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଫେସର ଡା ସୁଦର୍ଶନ ପୋଥାଳ,ଡା ଜ୍ୟୋସ୍ନା ତ୍ରିପାଠୀ, ଡା ରବିନ୍ଦ୍ର କୁମାର ଘଡାଇ,ଡା କିଶୋର ଚନ୍ଦ୍ର ଦାସ, ଡା ଅବଦୁଲ ସୟିଦ ଖାନ୍ ,ଡା ଗିରୀଶ ଚନ୍ଦ୍ର ବେହେରା, ଡା ଅର୍ଦ୍ଧେନ୍ଦୁ ମିଶ୍ର ପ୍ରମୁଖ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉପଯୋଗୀ ପରାମର୍ଶ ମାନ ଦେଇଥିଲେ। ଶତାଧିକ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।


Share: