ରାଜ୍ୟପାଳଙ୍କ ପୁରୀ ଗସ୍ତ

Share:

ପିଲା ମାନଙ୍କୁ ବାଣ୍ଟିଲେ ହାଇଜେନିକ କିଟ।

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ- ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଅପରାହ୍ନରେ ୪ ଦିନିଆ ପୁରୀ ଗସ୍ତରେ ଆସି ରାଜଭବନରେ ପହଞ୍ଚିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା ପ୍ରମୁଖ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ । ଏହାପରେ ରାଜ୍ୟପାଳ ରାଜଭବନ ପରିସରରେ ରଥ ଚକ ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବାଳାଶ୍ରମର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ରେଡକ୍ରସ ପକ୍ଷରୁ କରୋନା ହାଇଜେନିକ କିଟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ରେଡକ୍ରସର ଓଡିଶା ଶାଖା ଅବୈତନିକ ସଚିବ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ସିଟିଏସ ସୁଗୁଣା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା, ସିଟି ଡିଏସପି ଶ୍ରୀ ଜନାର୍ଦ୍ଦନ ପାଢୀ, ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଡେପୁଟି କଲେକ୍ଟର ଶ୍ରୀ ଗୋପିନାଥ ମିଶ୍ର, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ଅନ୍ୟାନ୍ୟ ପ୍ରଶାସନିକ ଓ ରେଡକ୍ରସର ସଦସ୍ୟ ଓ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


Share: