ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୬ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ।

ଗଞ୍ଜାମ ଏଥିରେ କୁଳପତି ଡ. ଗୋବିନ୍ଦ ଚକ୍ରପାଣି,ପଦ୍ମ ଭୂଷଣ ରମାକାନ୍ତ ରଥ, ପଦ୍ମଶ୍ରୀ ହଳଧର ନାଗ,ରାଜେନ୍ଦ୍ର ମହାପାତ୍ର,ଶାନ୍ତି କବାସୀ, ମନ୍ମଥ କୁମାର ଶତପଥୀ,କୃଷ୍ଣ ଚନ୍ଦ୍ର ତ୍ରିପାଠୀ,ମୃତ୍ୟୁଞ୍ଜୟ ମହାପାତ୍ର,ସଂଘମିତ୍ରା ପତି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଭାଷା ପାଇଁ ରମାକାନ୍ତ ରଥଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର, ରାଜେନ୍ଦ୍ର ମହାପାତ୍ର ଓ ଶାନ୍ତି କବାସୀଙ୍କୁ ଦକ୍ଷିଣ ଓଡିଶା ଲୋକ ସଂସ୍କୃତି ସମ୍ମାନ ଭାବେ ପୁରସ୍କୁତ ସହ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିଥିବା ପ୍ରତିଭାବାନଙ୍କୁ ସମ୍ମାନିତ କରାଗଲା।ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରେର ଆଜିର ୫୬ ତମ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ବହୁ ପ୍ରତିଭାବାନ୍ ଯୋଗ ଦେଇଥିବା ବେଳେ ବିଭିନ୍ନ ପୁରସ୍କାରରେ ପୁରସ୍କୃତ ଓ ସମ୍ମାନୀତ କରାଯାଇଥିଲା ।ପ୍ରତିଷ୍ଠା ଉତ୍ସବର ମୁଖ୍ୟ ଅତିଥି ଭାବେ ଲୋକ କବି ରତ୍ନ ତଥା ପଦ୍ମ ଶ୍ରୀ ଡଃ ହଳଧର ନାଗ୍ ଯୋଗ ଦେଇ ଉଚ୍ଚ ଶିକ୍ଷାର ମହତ୍ତ୍ବ ଏବଂ ସାହିତ୍ଯ, କଳା, ସଂସ୍କୃତିର ଗାରିମା ଉପରେ ଉପଯୋଗୀ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଆଧୁନିକ କବି ରମାକାନ୍ତ ରଥଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ଭାବେ ପୁରସ୍କୃତ କରାଯାଇଥିଲା। ଏକ ଲକ୍ଷ ଟଙ୍କା ସହ ଅଙ୍ଗ ବସ୍ତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଭଞ କବି, ଭାଷା ଉପରେ ବହୁ ଉପାଦେୟ ବିଷୟ କହିଥିବା ବେଳେ ଭାଷାକୁ ଉପଯୁକ୍ତ ସମ୍ମାନ ଦେବା ଆବଶ୍ୟକ ବୋଲି କହିଛନ୍ତି । ସେପଟେ ଯୋଡି ଶଙ୍ଖ, ଚଢେୟା ନୃତ୍ଯ, ରଣପା ଭଳି ବହୁ ଲୋକକଳାରେ ପାରିଦର୍ଶିତା ପ୍ରଦର୍ଶନ କରିଥିବା କଳାକାର ରାଜେନ୍ଦ୍ର ମହାପାତ୍ର ଏବଂ ଆଦିବାସୀ କୋୟା ନୃତ୍ଯ ରେ ଦକ୍ଷତା ପ୍ରତିପାଦନ କରି ସମସ୍ତ ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ସଂସ୍କୃତି ପ୍ରେମୀ ଶାନ୍ତି କବାସୀଙ୍କୁ ଦକ୍ଷିଣ ଓଡିଶା ଲୋକ ସଂସ୍କୃତି ସମ୍ମାନ ଭାବେ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ, ପ୍ରଯୋଜକ ମନ୍ମଥ କୁମାର ଶତପଥୀଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିବା ବେଳେ ବିଶିଷ୍ଟ କବି, ଶିକ୍ଷାବିତ୍ କୃଷ୍ଣ ଚନ୍ଦ୍ର ତ୍ରିପାଠୀଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ମୃତ୍ଯୁଞ୍ଜୟ ମହାପାତ୍ର ଓ ସଂଘମିତ୍ରା ପତି ଦୁଇ ଜଣ ପ୍ରତିଭାବାନ୍ ବ୍ଯକ୍ତି ବିଶେଷଙ୍କୁ ଆଲୁମିନା ପୁରସ୍କାରରେ ପୁରସ୍କୃତ କରାଯାଇଛି। ସେହିଭଳି ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବାର ୫୬ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହି ବିଶ୍ବବିଦ୍ୟାଳୟ ବହୁ ମାଇଲଖୁଣ୍ଟ ଛୁଇଁଥିବା କହିଛନ୍ତି କୁଳପତି ଗୋବିନ୍ଦ କେ ଚକ୍ରପାଣି । ବିଶ୍ଵ ବିଦ୍ୟାଳୟ ର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ର ପ୍ରୋମତେଶ୍ ସାହୁ ଏବଂ ରତିକାନ୍ତ ବେହେରା ଯଥାକ୍ରମେ ଅନ୍ତଃ ବିଶ୍ବଦ୍ୟାଳୟ ପ୍ରତିଯୋଗିତା ର ଲୋଗ ପ୍ରସ୍ତୁତ ଓ ନୀଳକଣ୍ଠ ଦାସ ବକ୍ତୃତା ପ୍ରତିଯୋଗିତା ରେ ପ୍ରଥମ ହୋଇ ସମ୍ମାନିତ ହୋଇଛନ୍ତି।


Share: