ଗିରଫ ହେଲେ ନକଲି ଶିକ୍ଷୟତ୍ରୀ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଂଜାମ ଜିଲ୍ଲାରେ ପୁଣି ଥରେ ପୋଲିସ ଦ୍ୱାରା ଗିରଫ ହେଲେ ଜଣେ ନକଲି ଶିକ୍ଷୟତ୍ରୀ । ଧରାକୋଟ ବ୍ଲକ ନାରାୟଣପୁର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ପ୍ରତିମା ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧରାକୋଟ ପୋଲିସ l +2 ଜାଲ ସାର୍ଟିଫିକେଟ ଦେଇ ଶିକ୍ଷା ସହାୟକ କାର୍ଯ୍ୟକରୁଥିବା ଅଭିଯୋଗ ହେବାପରେ ଧରାକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ l

ଅଭିଯୋଗ ଆଧାରରେ ପୋଲିସ 99/22 ରେ ଏକ ମାମଲା ରୁଜୁକରି ପ୍ରତିମା ରହୁଥିବା ମୁଣ୍ଡମରାଇ ଭଡାଘରୁ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି l ଗିରଫ ଶିକ୍ଷୟତ୍ରୀ ପ୍ରତିମା ସାହୁ କେନ୍ଦ୍ରାପଡା ଜିଲ୍ଲା ର ବୋଲି ଜଣାପଡିଛି l ତାଙ୍କୁ ଆଜି ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରିଛି ପୋଲିସ l


Share: