ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ୫-ଟି ବିଦ୍ୟାଳୟର ଭିତ୍ତିଭୂମି ଅନୁଧ୍ୟାନ

Share:

ଓଡିଶା ବ୍ୟୁରୋ ଚିଫ

ପୁରୀ- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା କୃଷ୍ଣପ୍ରସାଦ ବ୍ଲକ ଗ୍ରସ୍ତକରି ଶିକ୍ଷାଦାନ ପାଇଁ ୫-ଟି ଉପକ୍ରମରେ ରୂପାନ୍ତରିତ କୃଷ୍ଣପ୍ରସାଦ ବ୍ଲକ ବଡଝାଡ ପଞ୍ଚାୟତର କମଳେଶ୍ୱର ବିଦ୍ୟାପୀଠ ଓ ସିଆଣ୍ଡି ପଞ୍ଚାୟତର ଓରା ସ୍ଥିତ ସାନସୀମା ସରକାରୀ ଉଚ୍ଚ ବିଦ୍ୟାଳୟ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିଛନ୍ତି ।

ଆସନ୍ତାକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭର୍ଚ୍ୟୁଆଲ ମାଧ୍ୟମରେ ପୁରୀ ଜିଲ୍ଲାର ୬୦ ଗୋଟି ବିଦ୍ୟାଳୟର ୫-ଟି ମାଧ୍ୟମରେ ସ୍କୁଲ ରୁପାନ୍ତିକରଣ କାର୍ଯ୍ୟକ୍ରମର ଲୋକାର୍ପଣ କରିବେ । ଆନୁଷ୍ଠାନିକ ଲୋକାର୍ପଣ ଉତ୍ସବ ପୂର୍ବରୁ ଆଜି ଶ୍ରୀ ଦାସ ବର୍ମା ବିଦ୍ୟାଳୟ ଗୁଡିକୁ ଗ୍ରସ୍ତ କରି ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରିବା ସହିତ ବ୍ଲକ ପ୍ରଶାସନ, ଶିକ୍ଷା ଅଧିକାର ଓ ପ୍ରଧାନ ଶିକ୍ଷକ ମାନଙ୍କ ସହିତ ବୈଠକ କରି ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଆଜିର ଗ୍ରସ୍ତ ସମୟରେ କୃଷ୍ଣପ୍ରସାଦ ବିଡିଓ ଶ୍ରୀ ମନୋଜ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପ୍ରଭାତି ପ୍ରଧାନ, ସମିତି ସଭ୍ୟ ଶ୍ରୀ ବିଜୟ କୁମାର ତରେଇ, ସରପଞ୍ଚ ଶ୍ରୀ ସତ୍ୟବାନ୍ ତରେଇ ପ୍ରମୁଖ ଉପସ୍ଥିତ ଥିଲେ।


Share: