ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଗଠନରେ ସମସ୍ତଙ୍କ ସହଯୋଗ ଜରୁରୀ
ରଞ୍ଜନ ଦାସ ଙ୍କ ରିପୋର୍ଟ
ପୁରୀ :ପୁରୀ ଜିଲ୍ଲା କୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ଲାଗି ସମସ୍ତ ଙ୍କ ସହଯୋଗ ଏକାନ୍ତ ଜରୁରୀ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ। ଶୁକ୍ରବାର ଅପରାହ୍ନରେ ଓସୱାନ ସଭାଗୃହ ଠାରେ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଆଗାମୀ ୧୨ ତାରିଖରେ ହେବାକୁ ଥିବା ଶିଶୁ ଶ୍ରମିକ ନିରୋଧ ବିଶ୍ଵ ଦିବସ ପାଳନ ସମ୍ପର୍କ ରେ ଆଲୋଚନା କରାଯାଇ ଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତ ବ୍ଲକ୍ ଓ ପଂଚାୟତ ସ୍ତରରେ ରେ ଶିଶୁ ଶ୍ରମିକ ଭଳି ଘୃଣ୍ୟ ବ୍ୟବସ୍ଥା କୁ ସମୂଳେ ବିଲୋପ ପାଇଁ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ। ସରକାର ଶିଶୁ ମାନଙ୍କ ଉନ୍ନତି ଓ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି। ପ୍ରତ୍ୟେକ ଶିଶୁର ଶିକ୍ଷା ପାଇବା ଅଧିକାର ରହିଛି। ତେଣୁ ଶିଶୁ ଟିର ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତ୍ୟେକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିଭିଜିନାଲ ଶ୍ରମ ଆୟୁକ୍ତ ଶ୍ରୀ ଶିବଶଙ୍କର ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦିଲିପ ପାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ଅନ୍ୟାନ୍ୟ ବିଭାଗ ର ଅଧିକାରୀ,ସ୍ବେଛାସେବୀ ସଂସ୍ଥା ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ବିଡ଼ିଓ ମାନେ ଏଥିରେ ସାମିଲ ହୋଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।