ବିଦୂତ ଆଘାତରେ ବିଦୂତ କର୍ମଚାରି ଙ୍କ ମୃତ

Share:

ଭଗବାନ ପାଢ଼ୀ

ଗଞ୍ଜାମ ଜିଲ୍ଲା କୋଦଳା ଥାନା ମଠସରସିଙ୍ଗ ମେଇନରୋଡ଼ ରେ ଆଜିସନ୍ଧ୍ୟା ରେ ବିଦ୍ଯୁତ ଆଘାତ ରେ ଜଣେ ବିଦ୍ଯୁତ କର୍ମଚାରୀ ମୃତ୍ଯୁ ବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ବେଗୁନିଆପଡା ବ୍ଲକ ଗୁଂଜବଳା ଗ୍ରାମର ଅମୁଲ୍ୟରତ୍ନ ରାଉତ। ଖବର ନେବାରୁ ଜଣାଯାଇଛି କି ମଠସରସିଙ୍ଗ ମେଇନ ରୋଡରେ ଏକ ଲୁହା ପୋଲରେ ଚଢ଼ି ବିଦ୍ୟୁତ୍ କାମ କରୁଥିବା ସମୟେରେ ଏହି ଦୂର୍ଘଟଣା ଘଟିଥିଲା।

ବିଦୂତ ସର୍ବରା ବନ୍ଦ ଥିଲେ ମଧ୍ୟ କିପରି ବିଦ୍ଯୁତ ଲାଗିଲା ତାହା ତଦନ୍ତ ସାପେକ୍ଷ ।ଘଟଣା ସ୍ଥଳରୁ ବିଦ୍ୟୁତ୍ କର୍ମଚାରୀ ମାନେ ସଙ୍ଗେ ସଙ୍ଗେ କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ତଦନ୍ତ କରୁଛି।


Share: