ବିଦ୍ଯୁତ ଆଘାତରେ ବିଦ୍ଯୁତ କର୍ମଚାରୀ ଙ୍କ ମୃତ ଘଟଣା ଶବ ରଖି ଆସ୍କା ଭୁବନେଶ୍ୱର ରାସ୍ତା ଅବରୋଧ

Share:

ଭଗବାନ ପାଢ଼ୀ ।

ଗଞ୍ଜାମ ଜିଲ୍ଲା କୋଦଳା ଥାନା ମଠସରସିଙ୍ଗ ମେଇନରୋଡ଼ ରେ ଗତକାଲି ସନ୍ଧ୍ୟା ରେ ବିଦ୍ଯୁତ ଆଘାତ ରେ ଜଣେ ବିଦ୍ଯୁତ କର୍ମଚାରୀ ମୃତ୍ଯୁ ଘଟଣା

ଆଜି ସକାଳ ୯ଘଣ୍ଟା ସମୟରେ କୋଦଳା ମେଡିକାଲ ରେ ଉତେଜନା ସୃଷ୍ଟି ହୋଇଥିଲା ସେଇଠାରୁ ମୃତବରଣ କରିଥିବା ଅମୁଲ୍ୟ କୁ ସମ୍ପର୍କୀୟ ଓ ନିଜ ଗ୍ରାମବାସୀ କୋଦଳା ବସଷ୍ଟାଣ୍ଡ କୁ ନେଇ ଆସ୍କା ଭୁବନେଶ୍ୱର ରାସ୍ତା ପ୍ରାୟ 3ଘଣ୍ଟା ଧରି ଅବରୋଧ କରିଥିଲେ। ସେମାନଙ୍କ ର ଦାବିଥିଲା ମୃତପରିବାର କୁ ୧୪ଲକ୍ଷ୍ୟ କ୍ଷତି ପୂରଣ ସହ ତାଙ୍କ ସ୍ତ୍ରୀ ଙ୍କୁ ସ୍ଥାୟୀ ନିଯୁକ୍ତି । କିଛି ସମୟ ପରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପହଂଚି ଲୋକ ମାନଙ୍କୁ ବୁଝା ସୁଝା କରିଥିଲେ। ପରେ ବିଦ୍ୟୁତ୍ ବିଭାଗର ପ୍ରଜେକ୍ଟ ଇଞ୍ଜିନିୟର ଶିବପ୍ରସାଦ ପହଞ୍ଚି ୫୦ହଜାର ଟଙ୍କା ଶବ ସଂସ୍କାର ନିମନ୍ତେ ଦେଇଥିଲେ ।ପରେ ଏକ ବଣ୍ଡ ଯୋଗେ ଲିଖିତ ଭାବରେ ଦେଇଥିଲେ କି ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଏବଂ ୧୪ଲକ୍ଷ୍ୟ ଟଙ୍କା ଆର୍ଥିକ ସାହାଯ୍ୟ ବହୁତ ଜଲଦି ଦିଆ ଯିବା ସହ ଯେଉଁ ଦୂର୍ଘଟଣା ଟି ଘଟିଲା ତାହାର ତଦନ୍ତ କରାଯିବ। ତାହା ପରେ ଲୋକ ମାନେ ରାସ୍ତା ରୁ ହଟିଥିଲେ । କୋଦଳା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ପ୍ରକାଶ ଥାଉକି ଗତକାଲି ସନ୍ଧ୍ୟରେ ମଠସରସିଙ୍ଗ ରେ ଏକ ବିଦ୍ଯୁତ ଖୁଣ୍ଟରେ ଚଢି କାମକରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ବେଗୁନିଆପଡା ବ୍ଲକ ର ଗୁଂଜବଳା ଗ୍ରାମର ଅମୁଲ୍ୟ ରତ୍ନ ରାଉତ ମୃତ୍ୟୁ ବରଣ କରିଥିଲେ ।ଶୁଣିବାକୁ ମିଳୁଛି ସେ ମାତ୍ର ୬ ମାସ ତଳେ କୋଦଳା ନିକଟସ୍ଥ ଧନଞ୍ଜୟ ପୁରୁ ଗ୍ରାମରେ ବିବାହ କରିଥିଲେ।


Share: