ନେତା ତଥା ସରକାରଙ୍କ ଆନ୍ତରିକତା ଅଭାବରୁ ପ୍ରସ୍ତାବ ରେ ଅଟକିଲା ବଂଶଧାରା ପାଣିଡ଼ଙ୍ଗର ବ୍ୟାରେଜ

Share:

ରାୟଗଡା ରୁ ଅମୁଲ୍ୟ ନିଶାଙ୍କ ଙ୍କ ରିପୋର୍ଟ

ରାୟଗଡା ଜ଼ିଲ୍ଲା ରେ ପ୍ରବାହିତ ବଂଶଧାରା ନଦୀ ଜଳକୁ ଲୋକଙ୍କ ହାତରେ ବ୍ୟବହାର କରାଯାଇ ପାରୁନାହି ବିଭିନ୍ନ ସମୟରେ ରାଜ୍ୟ ସରକାର ବଂଶଧାରା ନଦୀ ଜଳ ବ୍ୟବହାର ପାଇଁ ଯୋଜନା ମାନ କରୁଥିଲେ ମଧ୍ୟ୍ୟ ଏହା ପ୍ରସ୍ତବରେ ହିଁ ଅଟକିଯାଉଛି ବଂଶ ଧାରା ଜଳକୁ ବ୍ୟବହାର ପାଇଁ 60ବର୍ଷ ହେଲା ପ୍ରସ୍ତାବିତ ପାଣିଡ଼ଙ୍ଗର ପ୍ରକଳ୍ପ କୁ କାର୍ଯ୍ୟକାରୀ କରାନଯିବା ରାଜ୍ୟ ସରକାର ଙ୍କ ଅପାରଗତା ଆଡକୁ ଅଙ୍ଗୁଳି ନିର୍ଦ୍ଧେଶ କରୁଛି ଆନ୍ଧ୍ର ସରକାରଙ୍କ ସହ ଚୁକ୍ତି ଅନୁଯାଇ ଓଡିଶା ସରକାର 1961ମସିହାରେ ଗୁଣୁପୁର ଉପଖଣ୍ଡ ଗୁଡାରି ନିକଟସ୍ଥ ପାଣିଡ଼ଙ୍ଗର ନିକଟରେ ବ୍ୟାରେଜ ନିର୍ମାଣ ପାଇଁ ଯୋଜନା କରିଥିଲେ କିନ୍ତୁ ଦୁଃଖ ର ବିଷୟ ଏହା ପ୍ରସ୍ତବରେ ହିଁ ଅଟକିରହିଗଲା ସରହିପରି 2005ମସିହା ରେ ବଂଶଧାରା ନଦୀ ସହ ଗଞ୍ଜାମ ଜ଼ିଲ୍ଲା ର ଋଷିକୁଲ୍ୟା ନଦୀ ସଂଯୋଗୀକରଣ ପାଇଁ ହୋଇଥିବା ଯୋଜନା ଇଞ୍ଚେ ମଧ୍ୟ୍ୟ ଆଗେଇ ପାରି ନାହିଁ ପରିତାପର ବିଷୟ ଏହିକି ଯେ ଏହି ରାୟଗଡା ଜ଼ିଲ୍ଲା ର ରାଜନେତା ମନ୍ତ୍ରୀ ବିଧାୟକ ଲୋକସଭା ସାଂସଦ ରାଜ୍ୟ ସଭାସାଂସଦ ପୋଲାଭରମ ମହାନଦୀ ବଞ୍ଚାଓ ପାଇଁ ରାୟଗଡା ଜ଼ିଲ୍ଲା ରର ବିଭିନ୍ନ ସମୟ ରେ ବନ୍ଦ ଡାକରା ଦେଇଥାନ୍ତି କିନ୍ତୁ ଏହି ଜ଼ିଲ୍ଲା ର ପାଣିଡ଼ଙ୍ଗର ପାଇଁ ଭୁଲିଯାନ୍ତି ଏହି ଉଦ୍ଧିଷ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ଜ଼ିଲ୍ଲା ର ତୁଙ୍ଗ ରାଜନେତା ମାନେ ମୁଣ୍ଡ ପୁରଉନଥିବା ବେଳେ ପୋଲାଭରମ ମହାନଦୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
ଅନୁସନ୍ଧାନ ରୁ ଜଣାପଡିଛି ଯେ ଓଡିଶା ଓ ଆନ୍ଧ୍ର ଦେଇ ପ୍ରବାହିତ ବଂଶଧାରା ନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ 60ବର୍ଷ ପୂର୍ବେ 1962ମସିହା ରେ ପ୍ରଥମେ ଆନ୍ଧ୍ର ସରକାର ହିରମଣ୍ଡଳମ ନିକଟସ୍ଥ ଗୋଟା ଠାରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଯୋଜନା କରିଥିଲେ ସେତେବେଳେ ଓଡିଶା ରେ ବିଜୁ ପଟ୍ଟନାୟକ ଙ୍କ ନେତୃତ୍ଵାଧୀନ ସରକାର ଆନ୍ଧ୍ର ଗୋଟା ପ୍ରକଳ୍ପ କୁ ଘୋର ବିରୋଧ କରିବାରୁ ଉଭୟ ରାଜ୍ୟ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ସେହିସମୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଥିବା ନିଲମ ସଂଜୀବ ରେଡି ବ୍ୟାରେଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରିଥିଲେ ତତ୍କାଳୀନ କେନ୍ଦ୍ର ସରକାର ଙ୍କ ଜଳସେଚନ ମନ୍ତ୍ରୀ ଇଂ କେ ଏଲ ରାଓ ଏକ ଇଞ୍ଜିନିଅର ଦଳ କୁ ପଠାଇ ବଂଶଧାରା ନଦୀ ଉପରେ ସର୍ଭେ କରିଥିଲେ କେନ୍ଦ୍ର ମନ୍ତ୍ରୀ ଇଂ ରାଓ ତାଙ୍କ ରିପୋର୍ଟ ରେ ଉଭୟ ରାଜ୍ୟ ବଂଶଧାରା ନଦୀ ଜଳ ବ୍ୟବହାର କରିବା ଅଧିକାର ରହିଥିବା ଉଭୟ 50-50ପ୍ରତିଶତ ଜଳ ବ୍ୟବହାର କରିପାରିବେ ବୋଲି କହିଥିଲେ ଓଡିଶା ସରକାର ଗୁଣୁପୁର ଉପଖଣ୍ଡ ର ଗୁଡାରି ନିକଟସ୍ଥ ପାଣିଡ଼ଙ୍ଗର ଠାରେ ଓ ଆନ୍ଧ୍ର ସରକାର ହିରମଂଣ୍ଡଳମ ନିକଟରେ ଗୋଟା ଠାରେ ଏକ ବ୍ୟାରେଜ ନିର୍ମାଣ ପାଇଁ ସବୁଜ ସଂକେତ ପାଇଥିଲେ ଏ ନେଇ ଏକ ଆୟୋଜିତ ବୈଠକ ରେ ଉଭୟ ରାଜ୍ୟ ସରକାର ଙ୍କ ପ୍ରତିନିଙ୍କ ଉପସ୍ଥିତି ରେ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା ସେହି ଅନୁସାରେ ଆନ୍ଧ୍ର ସରକାର ଗୋଟା ଠାରେ ବ୍ୟାରେଜ ନିର୍ମାଣ କାମ ଆରମ୍ଭ କରି 1972ମସିହାରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରି ବାମ କେନାଲ ଅଂଚଳର ହଜାର ହଜାର ଏକର ଚାଷ ଜମିରେ ଜଳସେଚିତ କରିବାରେ ସକ୍ଷମ ହୋଇଥିଲେ କିନ୍ତୁ ଓଡିଶା ସରକାର ଚୁକ୍ତିନାମା ଅନୁଯାଇ ପାଣିଡ଼ଙ୍ଗର ନିକଟରେ ବ୍ୟାରେଜ ନିର୍ମାଣ ନକରି ଚୁପ ରହିଲେ ପୁଣି ଆନ୍ଧ୍ର ସରକାର ବଂଶଧାରା ନଦୀ ଉପରେ ଦ୍ୱତୀୟ ବ୍ୟାରେଜ ନିର୍ମାଣ ପାଇଁ 1980ମସିହା ରେ ଗୁଣୁପୁର ଠାରୁ ମାତ୍ର 10କିମି ଦୂରରେ ନଦୀ ତଳ ମୁଣ୍ଡରେ ନେରେଡି ଠାରେ ଆଉ ଏକ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରି କେନ୍ଦ୍ର ସରକାର ଙ୍କ ଉପରେ ଚାପ ପ୍ରୟୋଗ କରି ସର୍ଭେ କାର୍ଯ୍ୟ ଶେଷ କରି କର୍ମଚାରୀଙ୍କ ପାଇଁ ବସ ଗୃହ ମଧ୍ୟ୍ୟ ମଧ୍ୟ୍ୟ ନିର୍ମାଣ କାମ ସାରିଦେଇଥିଲେ ଏହି ପ୍ରକଳ୍ପ ନିର୍ମାଣ ହେଲେ ଗୁଣୁପୁର ସହର ସମତେ ବ୍ଲକ ର ବହୁ ଅଂଚଳ ଓ ଗଜପତି ଜ଼ିଲ୍ଲା ର କାଶୀନାଗର ବ୍ଲକ ର ଶତାଧିକ ଗ୍ରାମ ଓ ହଜାର ହଜାର ଏକର ଚାଷ ଜମି ବୁଡ଼ିଯିବା ଆଶଙ୍କା ଥିବାରୁ ଗୁଣୁପୁର ଅଂଚଳ ରର ତୀବ୍ର ଜଣ ଆସନ୍ତୁଷ୍ଟ ସୃଷ୍ଟି ହୋଇଥିଲା ଏହି ସମୟ ରେ ବିପ୍ଲବୀ ନେତା ନାଗଭୁଷଣ ପଟ୍ଟନାୟକ ଓ କମ୍ୟୁନିଷ୍ଟ ନେତା ଭୁବନ ମୋହନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଆନ୍ଦୋଳନ ଓ ଆମରଣ ଅନଶନ ଇତ୍ୟାଦି କରି ତତ୍କାଳୀନ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ଙ୍କ ଉପରରେ ଚାପ ପ୍ରୟୋଗ କରିଥିଲେ ଏହାପରେ ରାଜ୍ୟ ସରକାର କେନ୍ଦ୍ର ରେ କଂଗ୍ରେସ ସରକାର ଙ୍କ ଉପରେ ଚାପ ପ୍ରୟୋଗ କରି ଉକ୍ତ ପ୍ରକଳ୍ପ କୁ କିଛି ବର୍ଷ ପାଇଁ ବନ୍ଦ କରିବାରେ ସକ୍ଷମ ହୋଇଥିଲେ ଅନ୍ୟପକ୍ଷରେ ଆନ୍ଧ୍ର ସରକାର ପ୍ରକଳ୍ପ ନିର୍ମାଣ ପାଇଁ ଉଦ୍ୟମ ଜାରି ରଖିଥିଲେ ଠିକ 2003ମସିହା ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରାଜଶେଖର ରେଡି ନେରେଡି ନିକଟ କାଟ୍ରାଗଡ଼ ଠାରେ ବଂଶଧାରା ନଦୀ ଉପରେ 950କୋଟି ଟଙ୍କା ବ୍ୟୟ ରର ଏକ ରବର ଡ୍ୟାମ ନିର୍ମାଣ ପାଇଁ ଶୁଭାରମ୍ଭ କରିଥିଲେ ଡାହାଣ କେନାଲ ଦେଇ ଶ୍ରୀକାକୁଲମ ଓ ବିଜୟନଗରମ ଜ଼ିଲ୍ଲା ର ଚାଷ ଜମି କୁ ଜଳସେଚିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ଯୁଦ୍ଧ କାଳୀନ ଭିତିରେ କାର୍ଯ୍ୟ ଆରମ୍ଭ କରି ପ୍ରାୟ 50ପ୍ରତିଶତ କାର୍ଯ୍ୟ ଶେଷ କରିଥିଲେ ଏହି ସମୟ ରେ ଗୁଣୁପୁର ଓ କାଶୀନାଗର ଅଂଚଳ ରେ ଆନ୍ଧ୍ରର କା ଟ୍ରା ଗଡ଼ ପ୍ରକଳ୍ପ କୁ ତୀବ୍ର ବିରୋଧ କରିବା ସହିତ ବ୍ୟାପକ ଜନ ଆନ୍ଦୋଳନ କରାଯାଇଥିଲା ଜୋ ଦ୍ୱାରା ଓଡିଶା ର ନବୀନ ପଟ୍ଟନାୟକ ସରକାର ଙ୍କ ଚେତା ପଶ୍ଚିଥିଲା ଆନ୍ଧ୍ର ସରକାର ଙ୍କୁ ଚକମା ଦେଖାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଂଶଧାରା -ଋଷିକୁଲ୍ୟା ନଦୀ ସଂଯୋଗୀକରଣ ପ୍ରକାଳ ପାଇଁ ଯୋଜନା କରିଥିଲେ ଏହା ଦ୍ୱାରା ଆନ୍ଧ୍ର କୁ ଆବଶ୍ୟକ ଜଳ ନମିଳିଲେ କାଟ୍ରା ଗଡ଼ ପ୍ରକଳ୍ପ ଫେଲ ହେବ ବୋଲି ଚିନ୍ତା କରାଯାଇଥିଲା ନଦୀ ସଂଯୋଗୀ କାରଣ ଦ୍ୱାରା ଉଭୟ ରାୟଗଡା ଓ ଗଜପତି ଜ଼ିଲ୍ଲା ର ହଜାର ହଜାର ଚାଷ ଜମି ଜଳସେଚିତ ହେବା ଦ୍ୱାରା ଚାଷୀ ଉପକୃତ ହେବେ ନଦୀରେ ବନ୍ୟା ନିୟନ୍ତ୍ରଣ ସହ ଲୋକଙ୍କୁ ଆବଶ୍ୟକ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ମିଳିପାରିବ ବିଶେଷ କରି ବ୍ରହ୍ମପୁର ସହର ପାଇଁ ଜଳ ସଙ୍କଟ ଦୂର ହୋଇପାରିବ ବୋଲି ପରିକଳ୍ପନା କରାଯାଇଥିଲା ଗୋଟିଏ ପଟେ 2006 ମସିହା ଜୁନ ମାସ ରେ ରାୟଗଡା ଜ଼ିଲ୍ଲା ର ଗୁଡାରି ଠାରେ ବଂଶଧାରା ଋଷିକୁଲ୍ୟା ଡିଭିଜନ ନାମରେ ଏକ ସର୍ଭେ ଅଫିସ ତତ୍କାଳୀନ ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ରବି ନାରାୟଣ ନନ୍ଦ ଉଦଘାଟନ କରିଥିଲେ ଠିକ ସେହି ବର୍ଷ ଓଡିଶା ସରକାର କାଟ୍ରାଗଡ଼ ପ୍ରକଳ୍ପ ବନ୍ଦ ପାଇଁ ସୁପ୍ରିକୋର୍ଟ ର ଦ୍ୱାରସ୍ତ ହୋଇ ବଂଶଧାରା ଟ୍ରିବୁନେଲ ଗଠନ ପାଇଁ ନିବେଦନ କରିଥିଲେ ସୁପ୍ରିମକୋର୍ଟ ଙ୍କ ନିର୍ଦେଶ କ୍ରମେ 2010ମସିହାରେ ବଂଶଧାରା ଟ୍ରିବୁନେଲ ଗଠନ କରାଯାଇ ପୁନଃ ସର୍ଭେ ପାଇଁ କନ୍ଦ୍ରୀୟ ଜଳ ଆୟୋଗ କି ନିର୍ଦେଶ ଦିଆଯାଇଥିଲା 2010ମେ 22ତାରିଖରେ ବଂଶଧାରା -ଋଷିକୁଲ୍ୟା -ନାଗାବଳି ଡିଭିଜନ ର ଇଞ୍ଜିନିଅର ଇନ ଚିଫ ଆର ଏନ ସ୍ୱାଇଁ ଓ ଜଳ ସମ୍ପଦ ବିଭାଗ ର ସଚିବ ସୁରେଶ ମହାପାତ୍ର ଙ୍କ ନେତୃତ୍ୱରେ ଏକ 5ଜଣିଆ ଇଞ୍ଜିନିଅର ଦଳ ପ୍ରକାଳ ସ୍ଥଳ ଆନ୍ଧ୍ର ଓଡିଶା ପଟ କୁ ଯାଇ ସର୍ଭେ କରି ଫେରି ଯାଇଥିଲେ ଆଶ୍ଚର୍ଯ୍ୟ ର କଥା ପରବର୍ତୀ ସମୟ ରେ ନବୀନ ସରକାର ଙ୍କ ବଂଶଧାରା -ଋଷିକୁଲ୍ୟା ନଦୀ ସଂଯୋଗୀ କାରଣ ଯୋଜନା ମଧ୍ୟ୍ୟ ପାଣି ଡ଼ଙ୍ଗର ପ୍ରକଳ୍ପ ଭଳି ଫୁ ହୋଇଛି ପବନରେ ମିଳେଇଗଲା ଆନ୍ଧ୍ର କୁ ଚକମା ଦେବା ପାଇଁ ଓଡିଶା ସରକାର ଯାହା କରିଥିଲେ ସେହି ଚକମା ଚକମା ରେ ହିଁ ରହିଗଲା ଗତ କିଛି ଦିନ ତଳେ ଗୁଣୁପୁର ଗୁଡାରି ରୁ ବହୁ ଜନସାଧାରଣ ବଂଶଧାରା ବଞ୍ଚାଓ ଆନ୍ଦୋଳନ କରି ପଦଯାତ୍ରା ସାଇକେଲ ଯାତ୍ରା କରିଥିଲେ ଓ ବହୁ ସଂଖ୍ୟାରେ ଏହି ଅଂଚଳ ରୁ ସବୁ ରାଜନୈତିକ ଦଳ ର ନେତା ବିଭିନ୍ନ ଅନୁଷ୍ଠାନ କାର୍ଯ୍ୟକର୍ତ୍ତା ଭୁବନେଶ୍ୱର ଯାଇ ଜଳ ସମ୍ପଦ ସଚିବ ଜଲସମ୍ପଦ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ 5ଟି ସଚିବ ଙ୍କୁ ଦେଖାକରି ବଂଶୀଧାରା ଉପରେ ପାଣିଡ଼ଙ୍ଗର ଯୋଜନା କାର୍ଯ୍ୟ କାରି ପାଇଁ ନିବେଦନ କରିଥିଲେ କିନ୍ତୁ ସରକାର ଦଳ ର ନେତା ବିଧାୟକ ସଂସଦ ଙ୍କ ଆନ୍ତରିକତା ଅଭାବରୁ ଏହି ପାଣି ଡ଼ଙ୍ଗର ଯୋଜନା ସହିତ ବଂଶୀଧାରା -ଋଷିକୁଲ୍ୟା ନଦୀ ସଂଯୋଗୀ କାରଣ କେବଳ ଦିବା ସ୍ବପ୍ନ ରେ ହିଁ ରହିଯିବ ଏଥିରେ ସନ୍ଧେହ ନାହିଁ ବେଳ ଥାଉଁଣୁ ପ୍ରକଳ୍ପ ନକରିବା ଦ୍ୱାରା ପଡୋଶୀ ରାଜ୍ୟ ଓଡିଶା ର ନଦୀ ଜଳକୁ ଅପହରଣ ପାଇଁ ଉଦ୍ୟମ କରୁଛି ହେଲେ ଓଡିଶା ସରକାର ସବୁ ଶେଷ ହେବା ବେଳକୁ ଲୋକ ଦେଖାଣିଆ ବିରୋଧ କରୁଥିବା ବେଳେ ପ୍ରସ୍ତାବିତ ପ୍ରକଳ୍ପକୁ ନିର୍ମାଣ କରିବାକୁ ଭୁଲିଯାଉଛନ୍ତି ଏହି ଜ଼ିଲ୍ଲା ର ରାଜନେତା ମାନେ ନିଜ ଜ଼ିଲ୍ଲା କୁ ନ ସଜାଡି ଅନ୍ୟ ଜ଼ିଲ୍ଲା କୁ ସଜାଡି ବାରେ ଲାଗିଛନ୍ତି ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି
ରାୟଗଡା ରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ


Share: