ଡଃ. ବି.ଆର୍‍ ଆମ୍ୱେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

Share:

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ଭାରତ ସମ୍ୱିଧାନ ପ୍ରଣେତା ଭାରତ ରତ୍ନ ଡଃ. ବି.ଆର୍‍ ଆମ୍ୱେଦକରଙ୍କର ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ବସ୍‍ଷ୍ଟାଣ୍ ଓ ଆମ୍ୱେଦକର ନଗର ଠାରେ ଅବସ୍ଥାପିତ ପ୍ରତିମୂର୍ତ୍ତିରେ ସକାଳ ଘ. ୮.୩୦ ମି ସମୟରେ ମଲ୍ୟାର୍ପଣ ଓ ପୂଜ୍ୟପୂଜା କରାଯାଇଥିଲା ।

ଏହି ଅବସରରେ ମୁଖ୍ୟ ଅତିଥି ବାବରେ ଶ୍ରୀ ଧର୍ମାନନ୍ଦ ବେହେରା , ଅତିରିକ୍ତ ଜିଲ୍ଲାପାଳ, ଯୋଗଦେଇ ମାଲ୍ୟାର୍ପଣ କରିବା ସହ ଡଃ. ଆମ୍ୱେଦକରଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ଓ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଳନ୍ଧର ପୁଷିକା, ସେବାସ୍ତମ୍ୱର ସଂପାଦକ ବି. କାନ୍ତାରାଓ, ବାମ୍‍ସେଫର ସଭାପତି,ଉପସଭାପତି, ସଂପାଦକ, ଅନ୍ୟାନ୍ୟ କର୍ମକର୍ତ୍ତା ନିମ୍‍ନ୍ତ୍ରିତ ଅତିଥି ମାନେ ଯୋଗ ଦେଇଥିଲେ । ଏହାପରେ ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଂଚାୟତର ପାହାଡ଼ି ଗ୍ରାମ ଖମ୍ବସିରେ ଥିବା କସ୍ତୁରବା ମେମୋରିଆଲ ଟ୍ରଷ୍ଟ ପରିଚାଳିତ ଆବାସିକ ବିଦ୍ୟାଳୟରେ ମୁନିଗୁଡା ନିୟୁଜ ତରଫରୁ ଡଃ ବାବାସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ କରାଯିବା ସହ ଅନ୍ତେବାସୀ ବିଦ୍ୟାର୍ଥୀ ମାନଙ୍କୁ କମ୍ବଳ ଓ ଜଳପାନ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସମ୍ମାନିତ ଅତିଥି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ଜଳନ୍ଧର ପୁଷିକା,କସ୍ତୁରବା ବିଦ୍ୟାଳୟର ପରିଚାଳନା ଅଧକ୍ଷା ଶୁଶ୍ରୀ ଶାନ୍ତନୁ ମହାପାତ୍ର ଓ ଦି’ନିୟୁଜ ମୁନିଗୁଡା ନିୟୁଜର କାର୍ଯ୍ୟନିର୍ବାହୀ ଅଧିକାରୀ ସି .ଏଚ.ଗଣେଶ୍ବର ରାଓ ପ୍ରମୁଖ ଯୋଗଦେଇ କାଳଜୟୀ ସମ୍ବିଧାନ ପ୍ରଣେତା,ଭାରତରତ୍ନ ବାବାସାହେବଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଛାତ୍ରଛାତ୍ରୀ ମାନଙ୍କୁ ବାବାସାହେବଙ୍କ ପ୍ରତିଭା,ପ୍ରତିଷ୍ଠା ଆଉ ଦେଶପ୍ରତି ସମର୍ପିତ ନିଷ୍ଠା ଉପରେ କହିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ରାଷ୍ଟ୍ରନିର୍ମାଣରେ ଛାତ୍ରଛାତ୍ରୀ ମାନେ ନିଜ ନିଜର ଶ୍ରେଷ୍ଠତ୍ୱ ଦେବାପାଇଁ ବାବାସାହେବଙ୍କ ଉତ୍ସର୍ଗୀକୃତ ଦେଶପ୍ରେମରେ ଅନୁପ୍ରାଣୀତ ହେବାକୁ ଉପଦେଶ ଦେଇଥିଲେ।ମୁନିଗୁଡା ନିଉଜ ତରଫରୁ କମ୍ବଳ ଓ ଜଳପାନ ବଣ୍ଟନ କରାଯାଇଥିବା ବେଳେ ଡିକେଡିଏ ତରଫରୁ ସୁଦର୍ଶନ ପାଢ଼ୀ ବିଦ୍ୟାର୍ଥୀମାନଙ୍କ ପୋଷାକ ପାଇଁ ୫ହଜାର ଟଙ୍କା ସହାୟତା ଦେଇଥିଲେ।ଗ୍ରାମବାସୀଙ୍କ ତରଫରୁ ହଷ୍ଟେଲ ନିର୍ମାଣ ପାଇଁ ଏଡିଏମଙ୍କୁ ଅନୁରୋଧ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅନେକ ସରକାରୀ କର୍ମଚାରୀ,ଡିକେଡିଏର ଅଧିକାରୀ ସୁଦର୍ଶନ ପାଢ଼ୀ,ଓପିଲିପିର ଅନେକ କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ମୁନିଗୁଡା ନିୟୁଜର ନିୟୁଜ ରିଡର ଶୁଶ୍ରୀ ସରିତାରାଣୀ ନାୟକ,
ସ୍ବାଧୀନତା ଦାସ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।


Share: