ଶହୀଦ ଜୟୀ ରାଜଗୁରୁଙ୍କ ଜିଲ୍ଲାସ୍ତରୀୟ ୨୧୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

Share:

ପୁରୀ ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ- ଶହୀଦ ଜୟୀ ରାଜଗୁରୁଙ୍କ ଜିଲ୍ଲାସ୍ତରୀୟ ୨୧୫ ତମ ଶ୍ରାଦ୍ଧ ବାର୍ଷିକୀ ବୀରହରେକୃଷ୍ଣପୁର ଗ୍ରାମସ୍ଥିତ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପୀଠ ପରିସରରେ ପାଳିତ ହୋଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଲକୟ,ପୁରୀ, ଶ୍ରୀ ଶ୍ରୀ ଗୋପିନାଥ ଦେବସ୍ଥାନ ସମିତି, ବୀରହରେକୃଷ୍ଣପୁର, ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡିଶାଙ୍କ ମିଳିତ ଆନୁକୂଲ୍ୟରେ ଉକ୍ତ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି । ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ପୂର୍ବତନ ଜିଲ୍ଲା

ପରିଷଦ ଅଧ୍ୟକ୍ଷ ଶ୍ରୀ ଦିବାକର ପାତ୍ର, ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ସମ୍ପାଦକ ଡଃ ଜଟାଧାରୀ ମିଶ୍ର, ଶ୍ରୀ ଶ୍ରୀ ଦେବସ୍ଥାନ ସମିତି, ବୀରହରେକୃଷ୍ଣପୁର ସଭାପତି ଶ୍ରୀ ପ୍ରଣବାନନ୍ଦ ରଥ, ସଂପାଦକ ଶ୍ରୀ ଲକ୍ଷୀକାନ୍ତ ରଥ,ବରିଷ୍ଠ ସଦସ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ରଥ, ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବୀରହରେକୃଷ୍ଣପୁର ଛକସ୍ଥିତ ପ୍ରତିମୂର୍ତ୍ତି, ରାଣୀ ତଲାବରେ ତିଳ ତର୍ପଣ, ଶହୀଦ ଜୟୀ ରାଜଗୁରୁ ସ୍ମୃତି ପୀଠରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଜୟୀ ରାଜଗୁରୁଙ୍କ ତ୍ୟାଗ ଓ ବଳିଦାନର ଅତିଥି ମାନେ ସ୍ମୃତିଚାରଣ କରିଥିଲେ । ସମସ୍ତ ବାଧାବିଘ୍ନ ଓ ତତକାଳୀନ ସମୟରେ ବୀରତ୍ବର ସହ ପାଇକ ମାନଙ୍କ ନେତୃତ୍ବ ନେଇ ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ଶହୀଦ ହେବା ତାଙ୍କୁ ଚିରସ୍ମରଣୀୟ ରଖିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମର୍ପଣ, ରୋଟାରୀ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ, ଶହୀଦ ଜୟୀ ରାଜଗୁରୁ କ୍ଲବ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଥଶର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସକାଳ ସମୟରେ ଘୋଡା ବଜାରସ୍ଥିତ ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଶ୍ରୀ ବିଜୟ କୁମାର ମିଶ୍ର, ଶ୍ରୀ ଶିବପ୍ରସାଦ ମିଶ୍ର, ଶ୍ରୀ ଚକ୍ରଧର ମହାପାତ୍ର, ଶ୍ରୀ ମନୋଜ ରଥ, ଶ୍ରୀ ନାରାୟଣ ଦାଶ, ଶ୍ରୀ ପ୍ରସନ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


Share: