ଜିଲ୍ଲାପାଳଙ୍କ ଆନ୍ଧ୍ର ଓଡିଶା ସୀମାନ୍ତ ଅଞ୍ଚଳ ପରିଦର୍ଶନ-

Share:

ଅମୁଲ୍ୟ ନିଶାଙ୍କ ଙ୍କ ରିପୋର୍ଟ ।

ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ରାୟଗଡ ବ୍ଲକର ଆନ୍ଧ୍ର ଓଡିଶା ସୀମାନ୍ତ ଗ୍ରାମ ସାନ ଲୁକୁଟି ଓ ବଡ ଲୁକୁଟି ପରିଦର୍ଶନ କରିଛନ୍ତି । ସାନ ଲୁକୁଟି ନାଳରେ ଉପରେ ଆନ୍ଧ୍ର ସରକାରଙ୍କ ତରଫରୁ ନିର୍ମାଣଧିନ କଲଭର୍ଟର କାମକୁ ରାୟଗଡ ଜିଲ୍ଲା ପ୍ରଶାସନର ଅଭିଯୋଗ କ୍ରମେ ବହୁତ ଦିନ ବନ୍ଦ ରହିଥିଲା ।

ଏହାକୁ ଆଜି ଜିଲ୍ଲାପାଳ ଅନୁଧ୍ୟାନ କରିବା ସଂପୃକ୍ତ ଜମିମାଲିକଙ୍କୁ ଡାକି ଜମି ଦେବା ସମନ୍ଧରେ ଆଲୋଚନା କରିଥିଲେ । ତାଙ୍କ ଜମି କଳଭର୍ଟ କଲେ ଜମି ମାଲିକର କୌଣସି ଆପତ୍ତି ନାହିଁ ବୋଲି କହିବାରୁ ଏହାକୁ ନେଇ କାଗଜ ପତ୍ର କରିବାକୁ ତହସିଦଲଦାରଙ୍କୁ ନିର୍ଦ୍ଦେଶ ଜିଲାପାଳ ଦେଇଥିଲେ ।

ଏହାପରେ ବଡ ଲୁକୁଟି ଗ୍ରାମରେ ଶିଶୁ ବିକାଶ ବିଭାଗ ତରଫରୁ ଆୟୋଜିତ ଗର୍ଭବତି ଓ ପ୍ରସ୍ତୁତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ରରେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାୟଗଡ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭୀମସେନ ଶବର, ରାୟଗଡ ବ୍ଲକ ବିଡିଓ ଲକ୍ଷ୍ମୀ ନାରାୟଣ ସାବତ, ସହକାରୀ ଯନ୍ତ୍ରୀ, ତହସିଲଦାର ରାୟଗଡ, ଆଦି ଯୋଗ ଦେଇଥିଲେ ।

ଏହାପରେ ଅପରାହ୍ନରେ କୋଲନରା ତହସିଲ କାର୍ଯ୍ୟାଳୟର ପରିଦର୍ଶନ କରି ହିତାଧିକାରୀ ମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିଥିଲେ ।


Share: