ଜିଲ୍ଲାସ୍ତରୀୟ କୁସ୍ତି ପ୍ରତିଯୋଗିତା

Share:

ସମୀର ରଞ୍ଜନ ନାୟକ ।

ପୁରୀ :ଜ଼ିଲ୍ଲାକ୍ରୀଡା ସଂସଦ ତରଫରୁ ସିନିଅର, sub ଜୁନିଅର ଏବଂ 15ବର୍ଷ ବୟସର ମହିଳା ଓ ପୁରୁଷ ଜିଲ୍ଲ୍କ୍ୱାସ୍ତରୀୟ କୁସ୍ତି ପ୍ରତିଯୋଗିତା ସ୍ଥାନୀୟ ସଦାଶିବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ 82ଜଣ ପୁରୁଷ ଓ ମହିଳା ପ୍ରତିଯୋଗୀ ଭାଗ ନେଇଥିଲେ । ରବିନାରାୟଣ ଗୁରୁ,ପୂର୍ଣଚନ୍ଦ୍ର ପ୍ରତିହାରୀ,ରାମଚନ୍ଦ୍ର ପାଢ଼ୀ,କୃଷ୍ଣଚନ୍ଦ୍ର ପଣ୍ଡା,ପ୍ରିୟବ୍ରତ ମହାପାତ୍ର ଓ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦାନ କରି ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ କଟକ ଠାରେ ଖେଳାଯିବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଶ୍ୟମସୁନ୍ଦର ମହାପାତ୍ର, ସନ୍ତୋଷ ସାହୂ,କୃଷ୍ଣଚନ୍ଦ୍ର ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ,ସୋମନାଥ ବେହେରା,ହରିହର କର, ନରସିଂହ ଲେଙ୍କା,ମଦନ ମହାସୁଆର,ଶିବନାରାୟଣ ମହାପାତ୍ର,ଲଷ୍ମୀପ୍ରସାଦ ପଟ୍ଟନାୟକ,ଓ ସାଧାରଣ ସମ୍ପାଦକ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଉକ୍ତ କୁସ୍ତିକୁ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।


Share: