ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଲଥିନ ବଣ୍ଟନ

Share:

ଗଞ୍ଜାମ : 27/9/2021ବାତ୍ୟା ଗୁଲାବ ଗତକାଲି ରାତି ରେ ଆନ୍ଧ୍ରପ୍ରଦଶ ରେ ସ୍ଥଳଭାଗ ଛୁଇଥିବା ବେଳେ ଏହାର ଆଂଶିକ ପ୍ରଭାବ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ପଢ଼ିଛି । ଗତ ରାତି ଠାରୁ ସକାଳ ପର୍ଯ୍ୟନ୍ତ ଜିଲ୍ଲା ର ସମସ୍ତ ଅଞ୍ଚଳରେ ଝିପି ଝପି ବର୍ଷା ସାଙ୍ଗକୁ ପବନ ବୋହୁଥିବା ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ଅକ୍ଷରୁ ଗତକାଲି ତଳିଆ ଅଞ୍ଚଳ ଓ କଚାଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଆସିକା ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ଗୌଡ଼ଗୋଠଗାଁ ର 13 ଟି ପରିବାର ର ପାଖାପାଖି 50 ଜଣ ଲକଙ୍କୁ ନିକଟସ୍ଥ ସ୍କୁଲ ଗୃହକୁ ସ୍ଥାନାନ୍ତରିତ କରାଯିବା ସହିତ ଅନ୍ୟ ପଞ୍ଚାୟତରେ ମଧ୍ୟ ଲୋକମାନଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆସିକା ବିଧାୟିକା ଙ୍କ ନିର୍ଦେଶ କ୍ରମେ ବିଜୁ ଜନତା ଦଳପକ୍ଷରୁ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଙ୍କ ନେତୃତ୍ୱରେ ବ୍ଲକ ସଭାପତି ଶିବ ନାହାକ, ଭଗବାନ ସାହୁ ଙ୍କ ସମେତ ବିଜେଡି ବହୁ କର୍ମୀ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଆଶ୍ରୟ ସ୍ଥଳି ବୁଲିଦେଖିବା ସହ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ, ପଲଥିନ ବଣ୍ଟନ କରିଯାଇଥିଲା ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: