ପାକସ୍ଥଳୀ ରୋଗରେ ପୀଡିତ ବସନ୍ତ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସରକାରୀ ସହାୟତା ଅପେକ୍ଷା ରେ ପରିବାର ଲୋକେ।

Share:

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଭାମସ୍ୟାଳି ପଞ୍ଚାୟତ କୁଆନଳା ଗ୍ରାମରେ।ଏହି ଗ୍ରାମରେ ବହୁ ଦୀର୍ଘ ଦିନ ଧରି ବସବାସ କରି ଆସୁଛନ୍ତି ଗୋପାଳ ଗୌଡ଼। । ତାଙ୍କ ପରିବାର କହିଲେ ପାଞ୍ଚ ପ୍ରାଣୀ କୁଟୁମ୍ବ। ଅତି ଗରିବ ପରିବାର ହୋଇଥିବା ରୁ ପରିବାର ଚଳାଇବା ଅସମ୍ଭବ ହୋଇପଡୁଥିଲା।ପରିବାର ର ଦୁଃଖ ଦେଖି ଦୁଇ ବର୍ଷ ତଳେ ବସନ୍ତ ଗୌଡ଼ ଭୁବନେଶ୍ୱର କୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। କିନ୍ତୁ ସେଠାରେ କାମ କରୁଥିବା ସମୟରେ ପ୍ରବଳ ଶୋଷ ହୋଇଥିଲା। ଏସିଡି ବତଳକୁ ଖୋଲି ପାଣି ବୋଲି ଭାବି ପିଇ ଦେଇଥିଲେ।ଯାହା ଫଳରେ ବସନ୍ତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁରା ଗୁରୁତର ଅବସ୍ଥାରେ ରହିଥିଲା। ଭୁବନେଶ୍ୱର ଏକ ହସ୍ପିଟାଲ ରେ ଚିକିତ୍ସା ପରେ ଜଣା ପଡିଥିଲା ପାକସ୍ଥଳୀ ଟି ନଷ୍ଟ ହୋଇଯାଇଛି। ଦୁଇ ବର୍ଷ ଧରି ପାକସ୍ଥଳୀ ରୋଗରେ ପୀଡିତ ହୋଇ ଛଟପଟ ହେଉଛନ୍ତି ବସନ୍ତ। ପାକସ୍ଥଳୀ ଟି ନଷ୍ଟ ହୋଇଯିବା ପରେ ପାଇପ ମଧ୍ୟରେ ଦିଆ ଯାଇଛି ଖାଦ୍ୟ।।

ନିଜ ପୁଅର ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ଚିକିତ୍ସା କରିପାରୁନାହାନ୍ତି ପରିବାର ଲୋକେ। ଅନ୍ୟର ଚାଷ ଜମିରେ ମୂଲ ଲାଗିଲେ ଚଳୁଛି ପରିବାର। ଏମିତିକି ମୁଣ୍ଡ ଗୁଞ୍ଜିବାକୁ ନିଜର ବାସଖଣ୍ଡେ ମଧ୍ୟ ନାହିଁ । ସରକାରୀ ସହାୟତା ବସନ୍ତ ଙ୍କ ପାଇଁ ସାତ ସପନ। ଏଭଳି ବସନ୍ତ ଙ୍କ ଖବର ପାଇ ଅନ୍ତର ଜାତୀୟ ମାନବ ଅଧିକାରୀ ଟିମ ପଂହଁଚି ଚିକିତ୍ସା ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନ ଓ ରାଜନୈତିକ ଲୋକଙ୍କ ନଜରରେ ରହିଥିଲେ ମଧ୍ୟ ମିଳୁ ନାହିଁ ବସନ୍ତ ଙ୍କ ପରିବାର କୁ ସହାୟତା ର ହାତ।

ବସନ୍ତ ଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ବିଧାୟକ ସରକାରୀ ସ୍ଥରରେ ଚିକିତ୍ସା ର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବସନ୍ତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ଅବସ୍ଥାରେ ରହିଛି। ଯଦି କୌଣସି ବ୍ୟକ୍ତି ସାହାଯ୍ୟର ହାତ ବଢ଼ାଇବା କୁ ଚାଂହୁଛନ୍ତି ତାହାଲେ ଆକାଉଣ୍ଟ ନମ୍ବର 6532677790 IFSC CODE NUMBER – IDIB000B035 ଏହି ମାଧ୍ୟମରେ ପଠାଇ ପାରିବେ।ଅଧିକ ସୂଚନା ପାଇ ମୋବାଇଲ ନମ୍ବର 6372417206 ଯୋଗାଯୋଗ କରିପାରିବେ। ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ


Share: