ରାଜ୍ୟ ସ୍ୱାସ୍ଥ୍ୟ ଓ଼ ପରିବାର କଲ୍ୟାଣ ବିଭାଗ ଓ଼ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ କୋଭିଡ଼ 19 ପରିଚାଳନା ସମ୍ପର୍କରେ ଆଲୋଚନା

Share:

ଓଡିଶା ବ୍ୟୁରୋ ଚିଫ।

ଭୁବନେଶ୍ୱର : ଆଜି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ କୋଭିଡ଼ 19ପରିଚାଳନା ସମ୍ପର୍କରେ ବିସ୍ତୁତ ଆଲୋଚନା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଯୋଗ ଦେଇ କହିଲେ ଯେ ଓଡିଶା କୋ ଭିଡ଼ 19 ପରିଚାଳନା କ୍ଷେତ୍ରରେ ଉଲ୍ଲଖୀ ନ କାର୍ଯ୍ୟକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୁଷ୍ଟି କରିପାରିଛି ଓ଼ ଦୁଷ୍ଟି ଆକର୍ଷଣ କରିପାରିଛି l ତେବେଏଇ କ୍ଷେତ୍ରରେ ଡ଼କୁମେଣ୍ଟସନର ଆବଶ୍ୟକତା ରହିଛି l ସବୁଦିଗକୁ ସଠିକ ଡ଼କୁମେଣ୍ଟସନ କରିପାରିଲେ ଅନ୍ୟମାନେ ତାକୁ ଅନୁସଣ କରିପାରିବେ l

ଏହି ଅବସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଙ୍କର ବାଲେଶ୍ଵର ଜିଲ୍ଲା ଗସ୍ତ ସମ୍ପର୍କରେ ଅନୁଭୂତି ବର୍ଣ୍ଣନା କରିବାସହ ଜିଲ୍ଲାରେ କୋଭିଡ଼ 19ପରିଚାଳନା କ୍ଷେତ୍ରରେ ଆଖିଦୁଷ୍ଟିଆ କାର୍ଯ୍ୟ ହୋଇଥିବା କଥା ଉଲେଲ୍ଲେଖ କରିଥିଲେ l ବାଲେଶ୍ଵର ଜିଲ୍ଲାରେ ଥିବା ଅକୁଆରୀ ସ୍ୱାସ୍ଥ୍ୟ କେନ୍ଦ୍ର(ଏ ଏ ଚ ଏଫ )ଗୁଡିକରେ କୋ ଭି ଡ଼ 19ପରିଚାଳନା ଟିକାଦାନ ସ୍ୱାସ୍ଥ୍ୟ ସେ ବା ସମ୍ପର୍କରେ ସଚେତନା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଶିବିର ଓ଼ ଆବଶ୍ୟକ ସ୍ଥଳେ ଆଶ୍ରୟ କେନ୍ଦ୍ର ଇତ୍ୟାଦି ପରିଚାଳନା କରାଯାଇ ପାରୁଛି l ଏହି କେନ୍ଦ୍ରଗୁଡିକରେ ବହୁମୁଖୀ ସେବା ପ୍ରଦାନରେ ସହାୟତା ହୋଇପାରୁଛି ବିପର୍ଯ୍ୟୟ ସମୟରେ ସ୍ୱାସ୍ଥ୍ୟ ସେବା ପରିଚାଳନା ସମ୍ପର୍କରେ ମଧ୍ୟ ଏହି ଅବସରେ ଆଲୋଚନା ହୋଇଥିଲା ଏହି କାର୍ଯ୍ୟକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଡା ନିହାର ରଞ୍ଜନ ରାୟ, ଡା ସୌରଭ ଓ଼ ଡା ମନିଷ ଉପସ୍ଥିତ ଥିବାବେଳେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଅଜିତ କୁମାର ମାହାନ୍ତି ଓ଼ ଡା ଦିନବନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Share: