ଶ୍ରୀକ୍ଷେତ୍ରରେ ଦେବ ଦୀପାବଳି ପାଳିତ

Share:

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ।

ନବରାତ୍ରି କମିଟି ଭୁବନେଶ୍ଵର ତରଫରୁ ସାରା ପୃଥିବୀରୁ ମହାମାରୀ କରୋନ କୁ ସମୂଳେ ବିନାଶ ଉଦ୍ଦେଶ୍ୟରେ ପବିତ୍ର ଦେବ ଦିପାବଳି ପର୍ବ ଆୟୋଜିତ ହୋଇଛି । ଛତିଶା ନିଯୋଗର ସଭାପତି ଶ୍ରୀଯୁକ୍ତ ଜନାର୍ଦନ ପଟ୍ଟଯୋଶୀ ମହାପାତ୍ରଙ୍କ ସ୍ଵତନ୍ତ୍ର ସହାୟତା ଓ ଦିଗଦର୍ଶନରେ ରାମାକାନ୍ତ ମିଶ୍ରଙ୍କ ପୌରହିତ ରେ ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହେବ । ପ୍ରଥମ ଦିନରେ ଶ୍ରୀଯୁକ୍ତ ପଟ୍ଟଯୋଶୀ ମହାପାତ୍ରଙ୍କ ବାସଭବନ ପରିସରରେ ଥିବା ଯଜ୍ଞ ମଣ୍ଡପରେ ପବିତ୍ର ଅଗ୍ନିହୋତ୍ର ଯଜ୍ଞ ଅନୁଷ୍ଠିତ ହୋଇଛି । ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର , ପଣ୍ଡିତ ଗୋପାଳ ଜି , ଆଦି ପଣ୍ଡିତ ମାନଙ୍କ ଦ୍ଵାରା ପବିତ୍ର ବେଦ ମନ୍ତ୍ର ଧ୍ଵନୀ ଦ୍ଵାରା ଯଜ୍ଞ କୁଣ୍ଡରେ ଘ୍ରୁତ ପ୍ରଦାନ ପୂର୍ବକ ଅଗ୍ନି ସଂଯୋଗ କରଯାଇଥିଲା । ତତ୍ପରେ ସନ୍ଧ୍ୟାରେ ମନ୍ଦିର ଭିତରେ ୬୦୦୦ ଦ୍ଵିପ ପ୍ରଜ୍ୱୋଳନ କରାଯାଇଛି । ଶ୍ରୀମନ୍ଦିର ଭିତରେ ଏବୁଂ ମେଘନାଦ ପାଚେରି କଡରେ ଏହି ତିନିଦିନରେ ୧୦୦୦୦୦ ଲକ୍ଷେ ଦୀପ ପ୍ରଜ୍ୱୋଳିତ ହେବ ବୋଲି ନବରାତ୍ର କମିଟିର କାର୍ଯ୍ୟକର୍ତ୍ତା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରଶାନ୍ତ ମିଶ୍ର, ମନୋଜ ରଥ , ଶୁଭେନ୍ଦୁ ଦାସ , ପ୍ରବାଳକାନ୍ତି ମହାପାତ୍ର , ଲକ୍ଷ୍ମୀକାନ୍ତ ନାୟକ , ସୁବାଶ ଚନ୍ଦ୍ର ନାୟକ , ଅଶ୍ଵିନୀ ଦାସ ,ରାଜକିଶୋର ସେନାପତି ,ଦିଲୀପ ପ୍ରଧାନ , ଶ୍ରୀମତୀ ଅରୁନ୍ଧତୀ ମହାପାତ୍ର ,ଜୟନ୍ତୀ ମିଶ୍ର, ସୁଜାତା ନାୟକ , ଜୟନ୍ତୀ ସାହୁ , ମମତା ମିଶ୍ର ଓ ସବିତା ବ୍ରହ୍ମା ଆଦି ସହୋଯୋଗ କରିଥିଲେ । ସାମ୍ବାଦିକ ରାକେଶ କୁମାର ପ୍ରଧାନ ଙ୍କ ପ୍ରତେକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅତୀବ ସରସ ,ସୁନ୍ଦର ଭାବରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଭକ୍ତ ବୃନ୍ଦ ଏବୁଂ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିଥିଲେ । ଏହିଭଳି ଏକ କାର୍ଯ୍ୟକ୍ରମକୁ ଆବାଳ ବୃଦ୍ଧ ବନିତା ସହଯୋଗ କାଲେ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରିବେ ବୋଲି କମିଟିର ଆବାହକ ପ୍ରକାଶ କରିଛନ୍ତି ।


Share: