ଚାଟିକଣା ପାତାଳେଶ୍ୱର ମନ୍ଦିର ନିକଟରେ ପାନ୍ଥ ନିବାସ ସହିତ ଶୌଚାଳୟ ନିର୍ମାଣ ଦାବି

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ-ଭାଗ୍ୟର ବିଡମ୍ବନା। ନିୟମଗିରି ପାହାଡ ପାଦ ଦେଶରେ ଥିବା ପାତାଳେଶ୍ୱର ମନ୍ଦିର ରେ ଉନ୍ନତି କରିବା ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ସାତ ସପନ ।ନିୟମଗିରି ପାହାଡ ର ପାଦ ଦେଶରେ ରହିଥିବା ଦର୍ଶନୀୟ ସ୍ଥାନ ପ୍ରସିଦ୍ଧ ପାତାଳେଶ୍ୱର ମନ୍ଦିର ଏବେ ଅବହେଳିତ ଅବସ୍ଥାରେ। ଏଠାରେ ବିଭିନ୍ନ ସମୟରେ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟ ମାନଙ୍କର ପର୍ଯ୍ୟଟକଙ୍କ ଭିଡ଼ ବହୁ ସମୟରେ ପରିଲକ୍ଷିତ ହୋଇଥାଏ।

ଏହିସ୍ଥାନ ରେ ଦେବ ଦେବ ମହାଦେବ ପାତାଳେଶ୍ୱର ହଜାର ହଜାର ବର୍ଷ ପୂର୍ବରୁ ପୂଜା ପାଇ ଆସୁଛନ୍ତି, ଏହି ମନ୍ଦିର ବହୁ ପୁରାତନ କାଳରୁ ନିର୍ମାଣ ହୋଇଥିବା ଇତିହାସ କହେ ।କିନ୍ତୁ ଦୁର୍ଭାଗ୍ୟର କଥା ଜିଲ୍ଲାର ଏହା ଏକ ପ୍ରମୁଖ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଛି।ଏହି ପାତାଳେଶ୍ୱର ଶିବ ମନ୍ଦିର ରେ ବାର ମାସ ରେ ତେର ଯାତ ଅନୁଷ୍ଠିତ ହୋଇଥାଏ, ଇଁରାଜୀ ନବବର୍ଷ କଥା କୁହନ୍ତୁ ଅବା ଶ୍ରାବଣ ସୋମବାର ହେଉ କି କାର୍ତ୍ତିକ ମାସର ସୋମବାର ହେଉ ଏମିତି ବର୍ଷ କ ବାର ମାସ ଏହି ସ୍ଥାନ ରେ ଭକ୍ତଙ୍କ ଭିଡ଼ ରହିଥାଏ ,।ଏହି ସ୍ଥଳ କୁ ବିଭିନ୍ନ ସମୟରେ ରାଜ୍ୟ ସମେତ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼ ଏବଂ ଓଡିଶା ର ବିଭିନ୍ନ ଜିଲ୍ଲାରୁ ବହୁ ପର୍ଯ୍ୟଟକ ଏବଂ ଭକ୍ତ ମାନେ ଅନେକ ସମୟରେ ଏଠାକୁ ଭ୍ରମଣରେ ଆସିବା ସହିତ ଦେବ ଦେବ ମହାଦେବ ପାତାଳେଶ୍ୱର ଙ୍କ ଦର୍ଶନ ନିମନ୍ତେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଚାଟିକଣା କୁ ଛୁଟି ଆସିଥାନ୍ତି।ଏହି ସ୍ଥାନକୁ ପ୍ରକୃତିର ଉପହାର କହିଲେ କିଛି ଭୁଲ ହେବ ନାହିଁ।ଏହି ସ୍ଥାନ ରେ ପ୍ରକୃତି ର ରାଣୀ ସବୁ ଋତୁ ରେ ସଜେଇ ହୋଇ ରହିଥାଏ,ତତ୍କାଳୀନ ରାୟଗଡା ଜିଲ୍ଲା ଡି ଆର ଡି ଏ ପ୍ରକଳ୍ପ ପ୍ରଶାସକ ଅମୃତ ଋତୁରାଜ ଏହି ସ୍ଥାନ ରେ ଏକ ପାଂଥ ନିବାସ ସହିତ ଭକ୍ତଙ୍କ ପାଇଁ ଶୌଚାଳୟ ର ବ୍ୟବସ୍ଥା କରିବା ନିମନ୍ତେ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଥିଲେ କିନ୍ତୁ ତାହା ଆଜି ଯାଏଁ ପୂରଣ ହୋଇ ପାରିଲା ନାହିଁ। ସୁଦୂର ଭୁବନେଶ୍ୱର ରୁ ଜଣେ ମହିଳା ଭକ୍ତ ଏସ.ସାଗରୀକା ଚାଟିକଣା ପାତାଳେଶ୍ୱର ମନ୍ଦିର କୁ ସପରିବାର ସହ ଭ୍ରମଣ ରେ ଆସିଥିଲେ କିନ୍ତୁ ଉକ୍ତ ସ୍ଥାନରେ ରାତ୍ରି ରହଣି କରିବା ପାଇଁ ପାଂଥ ନିବାସ ଏବଂ ଶୌଚାଳୟ ନଥିବା ଜାଣି ଦୁଃଖ ପ୍ରକାଶ କରିଥିଲେ ସେ ରାଜ୍ୟ ସରକାର ଙ୍କୁ ଅପିଲ କରିଛନ୍ତି ଯେ ଏହି ସ୍ଥାନ ରେ ଏହି ସମସ୍ୟା ର ସମାଧାନ କରିବା ପାଇଁ, ସେହି ପରି ପର୍ଯ୍ୟଟକ ଙ୍କ ରାତ୍ରି ରହଣି ନିମନ୍ତେ ସ୍ଥାନୀୟ ଲୋକ ଙ୍କ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପାନ୍ଥ ନିବାସ ନିର୍ମାଣ ନ କରିବା ଦୁର୍ଭାଗ୍ୟ ର କଥା ବୋଲି ପର୍ଯ୍ୟଟକ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି ।ତେଣୁକରି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ଏହି ନିୟମଗିରି ପାହାଡ ପାଦ ଦେଶରେ ଥିବା ଚାଟିକଣା ପାତାଳେଶ୍ୱର ମନ୍ଦିର ନିକଟରେ ଏକ ଶୌଚାଳୟ ନିର୍ମାଣ କରିବା ସହିତ ପର୍ଯ୍ୟଟକ ଙ୍କ ରାତ୍ରି ରହଣି ନିମନ୍ତେ ପାନ୍ଥ ନିବାସ ନିର୍ମାଣ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏହି ଚାଟିକଣା ଲୋକଙ୍କ ଦାବି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କେବେ ପୂରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ରାୟଗଡ ରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ।


Share: