କେଦ୍ରାପଡା ଜିଲ୍ଲାରେ ଚେଇଁ ଉଠି ଛି କଂଗ୍ରେସ ଦଳ

Share:

ନିତ୍ୟସୁନ୍ଦର ଜେନା

କେନ୍ଦ୍ରାପଡା :କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲା ପାଳଙ୍କୁ କଂଗ୍ରେସ ଦଳ ତରଫରୁ ଗଣେଶ୍ୱର ବେହେରା ଙ୍କ ନେତ୍ରୁତରେ ୭ଦଫା ଦାବି ନେଇ ଦିଆଯାଇଛି ଏକ ଦାବିପତ୍ର ଗରାପୁର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ ପ୍ରାୟ ୧୦୦୦ରୁ ଅଧିକ କଂଗ୍ରେସ କର୍ମୀ ମାନେ ଦାବି ଥିଲା “ମାଟି ପାଇଁ ମାଡିଚାଲ”ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ଜଟଣୀ ବିଧାୟକ ସୁର ରାଉତ ରାୟ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଏବଂ ବହୁ କଂଗ୍ରେସ ନେତା
କେନ୍ଦ୍ରାପଡ଼ା ରେ ମେଡିକାଲ କଲେଜ ପ୍ରତିଷ୍ଠା

ରାଜ୍ୟ ସରକାର ଇତି ମଧ୍ୟରେ ଗୋଟିଏ ପରେ ଗୋଟିଏ ୮ ଟି ଜିଲ୍ଲାରେ ମେଡିକାଲ କଲେଜ
ପ୍ରତିଷ୍ଠାର ନିଷ୍ପତି ନେଇଛନ୍ତି। ତଦନୁଯାୟୀ କେତେକ କଲେଜରେ ନାମ ଲେଖା ସହ ପାଠ ପଢା ମଧ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ କେନ୍ଦ୍ରାପଡ଼ାରେ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଅଭିଭକ୍ତ କଟକ ଜିଲ୍ଲାର ୪ ଜିଲ୍ଲା ମଧ୍ୟରୁ କେନ୍ଦ୍ରାପଡ଼ା ଏକମାତ୍ର ଶିଳ୍ପ ବିହୀନ ଜିଲ୍ଲା। କଟକ ମେଡିକାଲ କଲେଜ ସରକାର କରିଛନ୍ତି। ଜଗତସିଂହପୁର ଜିଲ୍ଲାରେ ପାରାଦ୍ଵୀପ ବନ୍ଦର ଓ ଇଣ୍ଡିଆନ ଅଏଲ କର୍ପୋରେସନ ଭଳି ଦୁଇଟି ବୃହତ କେନ୍ଦ୍ରୀୟ ସଂସ୍ଥା ଉନ୍ନତ ସ୍ଵାସ୍ଥ୍ୟ ସୁବିଧା ଯୋଗାଇବାର ବ୍ୟବସ୍ଥା କରିଥିବା ସ୍ଥଳେ କେନ୍ଦ୍ରାପଡ଼ା ଜିଲ୍ଲା ପଛରେ ପଡ଼ିଯାଇଛି। କେନ୍ଦ୍ରାପଡ଼ା ବାସୀଙ୍କ କେଉଁ ଅପରାଧ ପାଇଁ ଏପରି ଲାଛନା ସହିବାକୁ ପଡୁଛି ଜଣାପଡୁନାହିଁ।କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା.
କେନ୍ଦ୍ରାପଡ଼ାରେ ବିଶ୍ଵ ବିଦ୍ୟାଳୟସ୍ ସ୍ଥାପନ ଏକ ଦୀର୍ଘ ଦିନର ସ୍ବପ୍ନ। ଏଥି ନିମନ୍ତେ ଆମର ସମସ୍ତ ଯଥାର୍ଥତାଚ ଅଛି।ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ବିଶ୍ଵବିଦ୍ୟାଳୟ ମଂଜୁରୀ କମିଶନ ଯେଉଁ ସବୁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିଛି କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟ ପ୍ରାୟତଃ ସମସ୍ତ ପୂରଣ କରିପାରିଛି।
ଏହା ଏକ ସ୍ୱୟଂଶାସିତ ମହାବିଦ୍ୟାଳୟ। ଏହା ନାକ୍ ଦ୍ଵାରା `ଏ’ ଗ୍ରେଡ ମାନ୍ୟତା ପାଇଛି। ଏଠାରେ ଦଶଗୋଟି ବିଷୟରେ ସ୍ନାତକୋତ୍ତର ଶିକ୍ଷାଦାନ କରାଯାଉଛି। ଏଥିସହ ଶିକ୍ଷା ସଫଳତା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଛି। ଏହି ମହା ବିଦ୍ୟାଳୟରେ କଳା ,ବାଣିଜ୍ୟ ଓ ବିଜ୍ଞାନ ଶ୍ରେଣୀରେ ୩୪୫୬ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଅଧିକ କିନ୍ତୁ ଯେତେବେଳେ ନୂତନ ଶିକ୍ଷାନୀତି ଅଧିକ ୧୫ ଶହ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଗୁରୁତ୍ୱାରୋପ କରିଛି ଓ ବିଶ୍ଵବିଦ୍ୟାଳୟ ମଂଜୁରୀ କମିଶନ ବିଶ୍ଵବିଦ୍ୟାଳୟ ମାନଙ୍କୁ ଭାରାକ୍ରାନ୍ତ ନ କରିବାକୁ ପରାମର୍ଶ ଦେଇଛି ସେତେବେଳେ କେନ୍ଦ୍ରାପଡ଼ାର ଦାବି ଅଧିକ ପ୍ରାସଙ୍ଗିକତା‌ ଲାଭ କରିଛି।
ରାଜ୍ୟ ସରକାର କେନ୍ଦ୍ରାପଡା ଠାରୁ ଅପେକ୍ଷା କୃତ ଛୋଟ ତଥା ବେଶ ପଛରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟରେ ପରିଣତ କରିଛନ୍ତି।ଆମ ପାଇଁ ଅନୁରୂପ ଉଦାରତା ପ୍ରଦର୍ଶନ କରି ଏହାକୁ ବିଶ୍ଵବିଦ୍ୟାଳୟରେ ପରିଣତ କରାଯାଉ। ଏକଥା ଦାବି ପତ୍ରରେ ଉଲ୍ଲେଖ କରାଯାଇଅଛି କଂଗ୍ରେସ କର୍ମୀ ମହଲରେ ଦଳ ପାଇଁ ଏକପ୍ରକାର ଆନନ୍ଦ ଓ ଆଶା ସଂଚାର ହୋଇଅଛି


Share: