ଓଡିଶା ପୁଲିସ ଫ୍ୟାମିଲି ହାଉସିଂ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Share:

ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ଓଡିଶା ପୁଲିସ ଫ୍ୟାମିଲି ହାଉସିଂ ପାଇଁ ବଡ଼ ଘୋଷଣା କରି ଛନ୍ତି ମୁଖ୍ୟମନ୍ତ୍ରୀ ବବୀନ ପଟ୍ଟନାୟକ l ପ୍ରକାଶ ଯେ l ଆଜି ଉଦଯାପିତ ହେଲା ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ।

ଉଦଯାପନୀ ସମାରୋହରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ । ଉଦଯାପନୀ ଅବସରରେ ପୋଲିସକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପୋଲିସର ଫ୍ୟାମିଲି ହାଉସିଂ ପାଇଁ ବଡ଼ ଘୋଷଣା । ଏଥିପାଇଁ ଆଗାମୀ ୫ ବର୍ଷରେ ରାଜ୍ୟ ସରକାର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଘୋଷଣା ନେଇ କୃତଜ୍ଞତା ଜଣାଇଲେ ପୋଲିସ୍ ଡିଜି ।ତେବେ ଆଇପିଏସ୍ ସମ୍ମିଳନୀ ଉଦଯାପନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅନେକ ପ୍ରସଙ୍ଗକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ହ୍ରାସ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଦାଷୀ ସାବ୍ୟସ୍ତ ହାର ବଢ଼ାଇବାକୁ ସବୁ ସମ୍ଭାବ୍ୟ ପଦକ୍ଷେପ ନେବାକୁ ଆହ୍ୱାନ । ତଦନ୍ତରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ପାଇଁ ପରାମର୍ଶ । ଏହା ସହ ମହିଳା ଓ ଶିଶୁ ବିରୋଧୀ ହିଂସାରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କୌଣସି ଅଭିଯୋଗ ଆସିଲେ ତୁରନ୍ତ ପଦକ୍ଷେପ ନେବାକୁ କହିଲେ ମୁଖ୍ୟମନ୍ତ୍ରୀ ।


Share: