ଶ୍ରୀମନ୍ଦିରକୁ ଚନ୍ଦନ କାଠ ଦାନ

Share:

ପୁରୀ- ତା. ୦୨.୦୯.୨୦୨୧-(ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁର ଚିଫ ) ଖଲ୍ଲିକୋଟ ବଜାର ନିବାସୀ ଶ୍ରୀ ସକଳେଶ୍ବର ରଥ ଶ୍ରୀମନ୍ଦିରକୁ ପ୍ରାୟ ୨ କ୍ବିଣ୍ଟାଲ ଓଜନର ଚନ୍ଦନ କାଠ ଦାନ କରିଛନ୍ତି । ନିଜ ଘରବାଡିରେ ଥିବା ଚନ୍ଦନ ଗଛ କାଠକୁ ଦାନ କରିବା ନିମନ୍ତେ ସେ ପ୍ରାୟ ୨ ବର୍ଷ ହେବ ମନ୍ଦିର ପ୍ରଶାସନ ସହ ଯୋଗାଯୋଗରେ ଥିଲେ ।

ସେ ତାଙ୍କ ପିତା ଶ୍ରୀ ଆରର୍ତ୍ତ୍ରାଣ ରଥ ଏବଂ ସପରିବାର ଆସି ଏହି କାଠକୁ ଦାନ କରିଛନ୍ତି । ଏଥିରେ ଉକ୍ତ ଗଛର ଗଣ୍ତି ଅଂଶର ୧୭ ଖଣ୍ତ, ଶାଖା ୨୨, ମୂଳ ୯ ଖଣ୍ତ ଏବଂ କାଟିବା ବେଳେ ବାହାରିଥିବା ୩ କିଲୋଗ୍ରାମ ଛେଲି ରହିଛି । ସରକାରୀ ନିୟମ ଅନୁଯାୟୀ ଗଛ କାଟି ଆବଶ୍ୟକୀୟ ମାପଚୁପ କରାଯାଇଛି । ଖଲ୍ଲିକୋଟ ବନଖଣ୍ତ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ସାହୁ ମଧ୍ୟ ସେମାନଙ୍କ ସହ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ପୂର୍ବରୁ ଶ୍ରୀ ରଥ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚନ୍ଦନ ଚାରା ବଣ୍ଟନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ରାଜସ୍ବ ଉପ ପ୍ରଶାସକ ଶ୍ରୀ ସୁବ୍ରତ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।


Share: