ଅବକାରୀ ଚଢ଼ାଉ

Share:

ରଞ୍ଜନ ଦାସ

ପୁରୀ: ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଓ ଜଟଣୀ ରାସ୍ତାରେ ଥିବା ପିପିଲି ଥାନା ଅଧୀନ ଵନସରା ଛକରେ ଚଢ଼ାଉକରି ଏକ ମହିଳା ଯାହାଙ୍କ ନାମ ସୁଲୋଚନା ପଳେଇ ,ବୟସ -65 ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ 55 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ ହେଲା ଏବଂ ପିପିଲି ଅବକାରୀ ଥାନା କେସ ନଂ -49/22-23 ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରଗlରକୁ ପଠାଯାଇଛି. ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 5,50,000/-ଟଙ୍କାରୁ ଉର୍ଦ୍ଧ ହେବ. ଏହି ଚଢ଼ାଉରେ ଅବକାରୀ ASI ଶ୍ରୀ ସନ୍ତୋଷ ନାଏକ ଏବଂ କର୍ମଚାରୀ ଶ୍ରୀ ତପନ ପ୍ରଧାନ, ଦୀନବନ୍ଧୁ ବାରିକ, ସବିତା ସାହୁ,ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ.


Share: