ଚଇତି ମହୋତ୍ସବ ମଞ୍ଚରେ ଝଲସିଲେ ଓଲିଉଡ ତାରକା ଅସୀମା ଆଧୁନିକ ଗୀତରେ ମତୁଆଲା ହେଲେ ଦର୍ଶକ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜିଲ୍ଲା ଲୋକ ମହୋତ୍ସବ ଚଇତି ଆଜି ତୃତୀୟସନ୍ଧ୍ୟରେ ପାରମ୍ପରିକ ଲୋକନୃତ୍ୟୁ ଏବଂ ଆଧୁନିକ ଗୀତର ତଳେତାଳେ ଝୁମିଛନ୍ତି ଦର୍ଶକ । ଜିଲ୍ଲାର ଐକ୍ୟ, କଳା, ସଂସ୍କୃତି, ସାହିତ୍ୟ ଓ ଲୋକନୁର୍ତ୍ୟୁ ଉଜ୍ଜିବିତ କରୁଥିବା ଚଇତି ଓ ପଲ୍ଲିଶ୍ରୀ ମେଳା ୨୦୨୨ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜନ ହୋଇଥିବାବେଳେ ଉଦଘାଟନୀ ଦିନ ଅର୍ଥା ୧୮ରିଖରୁ ସ୍ଥାନୀୟ ଜିସିଡି ଉଚ୍ଚ ବିଦ୍ୟାଳୟ ପଡିଆରେ ଲୋକଙ୍କ ପ୍ରବଳ ସମାଗମ ହେଉଥିବା ଦେଖିବାକୁ ମିଳିଛି । ପ୍ରଥମ ଦିନ ବିଶିଷ୍ଠ ମନ୍ତ୍ରୀ ଏବଂ ରାଜନେତା ଉତ୍ସବରେ ଯୋଗଦେଇଥିବାବେଳେ ଦ୍ୱିତୀୟ ଦିନ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲାର କଳା ସଂସ୍କୃତିର ବାର୍ତ୍ତାବହ ଚଇତି ଜିଲ୍ଲାର ଲୁକ୍କାୟିତ ପ୍ରତିଭାଙ୍କ ପ୍ରୋତ୍ସାହନ କରୁଥିବାବେଳେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଜିଲ୍ଲାକୁ ଗୌରାନ୍ୱିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଚଇତି ସମ୍ମାନ ପ୍ରଦାନ କରାଯାଇଛି । ସମ୍ପ୍ରତି ଆଜି ତୃତୀୟ ସନ୍ଧ୍ୟାରେ ଅନୁରୂପ ଚଇତି ପଡିଆରେ କଳାପ୍ରେମୀଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା । ପାରମ୍ପରିକ ଲୋକନୃତ୍ୟୁରେ ମଞ୍ଚ ଦୁଲୁକିଥିବାବେଳେ ଆଧୁନିକ ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା । ତୃତୀୟ ଦିନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜନଜାତି, ଆଦିବାସୀ ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥୀ ଭାବେ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ସାରକା ଉଦବୋଧନ ଦେଇ କହିଛନ୍ତି ଯେ, ଚଇତି ମହତ୍ସବ ଜିଲ୍ଲାର ଗୌରବମୟ ଇତିହାସର ବାର୍ତ୍ତାବହ । ଜିଲ୍ଲାର କଳାକାରଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯଗ ଦେଇଥାଏ । ଯାହା ଆଗାମୀ ଦିନରେ ଏହି କଳାକାର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରି ଜିଲ୍ଲାକୁ ଗୌରାନ୍ୱିତ କରିବାର ମାଧ୍ୟମ ହେବ । ଆଦିବାସୀ ବହୁଳ ରାୟଗଡା ଜିଲ୍ଲାର କଳା, ସଂସ୍କୃତି ଦେଶରେ ସ୍ୱତନ୍ତ୍ର ଏବଂ ନିଆରା । ତେଣୁ ଏହାକୁ ସମଗ୍ର ଦେଶରେ ପହଞ୍ଚାଇବାର ସୁଯଗ ପ୍ରଦାନ କରେ ଚଇତି ମଞ୍ଚ । ଜିଲ୍ଲାର ଜନଜାତି ଏବଂ ଆଦିବାସୀ ବର୍ଗ ଲକଙ୍କ କଳା ସଂସ୍କୃତି ଐକତିହକୁ ବଞ୍ଚାଇ ରଖିବା ଚଇତିର ମୂଳ ଉଦ୍ଦେଶ୍ୟ ଏବଂ ଏହାଦ୍ୱାରା କଳାକାରଙ୍କୁ ସୁଯଗ ପ୍ରଦାନ କରିବାରେ ଜିଲ୍ଲା ସ୍ତରୀୟ ଏହି ପର୍ବର ମହତ୍ୱପୂର୍ଣ୍ଣ ଭୂମିକା ଥିବା ଶ୍ରୀ ସାରକା ଉଦବୋଦନ ଦେଇଛନ୍ତି । ବିଶିଷ୍ଟ ଅତିଥିଭାବେ ଓଡିଶା ସ୍ୱତନ୍ତ୍ର ଉନୟନ ପରିଷଦ ର ଉପଦେଷ୍ଟା ତଥା ପୂର୍ବତନ ନବରଙ୍ଗପୁର ଲୋକସଭା ସଂସଦ ଶ୍ରୀ ପ୍ରଦୀପ ମାଝୀ ଯୋଗଦେଇ ନିଜ ବକ୍ତବ୍ୟରେ ଏହି ରାୟଗଡା ମାଟି ହେଉଛି ରହଜନୀର ମାଟି l ଏହି ଜ଼ିଲ୍ଲା ର ଆଦିବାସୀ ମାନେ କିପରି ସ୍ୱାଧୀନତା ପାଇଁ 1767 ମସିହାରେ ଯୁଦ୍ଧ ଡାକରା ଦେଇଥିଲେ ତାହା ବର୍ଣ୍ଣନା କରିବା ସହିତ ଏହି ମାଟି ବହୁ ସୁଯୋଗ୍ୟ ସନ୍ତାନ କୁ ଜନ୍ମଦେଇଛି ବୋଲି କହିଥିଲେ lସମ୍ମାନିତ ଅତିଥି ରୂପେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀଙ୍କ ସମେତ ଅନ୍ୟ ପ୍ରମୁଖ ଅତିଥିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାର କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟୁ ନିପୁଣ ଭାବେ ପ୍ରଦର୍ଶିତ ହଇଥିଲା । ଏହା ପରେ କଲକାତାରୁ ଆସିଥିବା କଳାକାରଙ୍କ ଦ୍ୱାରା ମଞ୍ଚରେ ବଙ୍ଗାଳୀ ନୃତ୍ୟୁ ଝୁମୁର ପରିବେଷଣ ହଇଥିଲା । ଅନୁରୂପ ଜଗତସିଂପୁର ଜିଲ୍ଲା କଳାକାରଙ୍କ ଦ୍ୱାରା ଘଡା ନାଚ ମଞ୍ଚସ୍ତ ହଇଥିଲା । ପରେ ଜିଲ୍ଲାର ଆଦିମ ଅଦିବାସୀ ଲାଞ୍ଜିଆ ସୌରାଙ୍କ ନୃତ୍ୟୁ, ଆଦିବାସୀ ଲୋକନୃତ୍ୟୁ ଏବଂ କଥକ ନୃତ୍ୟୁ ପରିବେଷଣ ହୋଇଥିଲା । ତେବେ କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଓଲିଉଡ ତାରକା ଅସୀମା ପଣ୍ଡା ଏବଂ ସହଯଗୀଙ୍କ ସଙ୍ଗୀତ ପ୍ରଦର୍ଶନ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଲୋକପ୍ରିୟ ଡିଆ ଆଧୁନିକ ଗୀତ ଦର୍ଶକ ମନଭରି ଉପଭଗ କରିଥିବା ଦେଖିବାକୁ ମିଳିଥିଲା ।


Share: