ବିଜେଡି ର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ । ( ୨୫୦୦ ରୁ ଉର୍ଦ୍ଧ୍ବ ବିରୋଧୀ ନେତା ଓ କର୍ମୀ ବିଜେଡ଼ି ରେ)

Share:

ଭଗବାନ ପାଢ଼ୀ

ଗଞ୍ଜାମ : ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ ସେପ୍ଟେମ୍ବର ୫ ତାରିଖ ଦିନ ପୋଲସରା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ୨୫୦୦ ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ ସମେତ ବହୁ ନିର୍ବାଚନ ଜନପ୍ରତିନିଧି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଓଡିଶାର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ସଙ୍ଗଠନକୁ ମଜବୁତ୍ କରିବା ନିମନ୍ତେ ବିଜେପି ଓ କଂଗ୍ରେସ ଛାଡିଥିବା ନବାଗତ କର୍ମୀ ମାନଙ୍କୁ ସ୍ଵାଗତ କରିଥଲେ।

ପୋଲସରା ନିର୍ବାଚନମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ମିଶ୍ରଣ ପର୍ବର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବିଜେପି ଦଳ ଛାଡି ଥିବା ଘୁମୁସର ଜିଲ୍ଲା ଯୁବ ସଭାପତି ପ୍ରମୋଦ ପଣ୍ଡା ।ସେ ଜଣେ ସମାଜସେବୀ, ଯୁବ ସଙ୍ଗଠକ ଏବଂ ଆଗଧାଡିର ଟାଣୁଆ ନେତା ସେ ବିଜେଡିରେ ମିଶିବା ପରେ ତାଙ୍କର କାର୍ଯ୍ୟ ଦକ୍ଷତାକୁ ଦେଖି ବିଜେଡି ଦଳ ପକ୍ଷରୁ ତାଙ୍କୁ ସମ୍ମୁଖର ସହିତ ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇଛି।ବିଜେପି ତାଙ୍କୁ ଯେଉଁ ପରି ଅସମ୍ମାନ କରିଥିଲା ସେ ବିଜେଡିରେ ମିଶି ସଙ୍ଗଠନ ଜରିଆରେ ଦେଖାଇ ଦେଇଛନ୍ତି।ଏହା ସହିତ ତାଙ୍କୁ ଚିରିକିପଡା ଶାସନ ସରପଞ୍ଚ ଭାଗବାନ ସାହୁ ଏବଂ ଲଡୁ କିଶୋର ସାହୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ। ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ସମ୍ପାଦକ ଅଶୋକ କୁମାର ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ ।


Share: